ପରୀ ମୃତ୍ୟୁ ଘଟଣାର ହେବ SIT ତଦନ୍ତ, ବିଧାନସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପରୀ ମୃତ୍ୟୁ ଘଟଣାର ହେବ SIT ତଦନ୍ତ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଭିଡିଓ କନଫରେନ୍ସିଂରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ପରୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ହଙ୍ଗାମା କରିଥିଲେ ବିଜେପି ଓ କଂଗ୍ରେସ ବିଧାୟକ ।

ଗୃହ ଆରମ୍ଭରୁ ବିଜେପି ଓ କଂଗ୍ରେସ ସଦସ୍ୟ ନାରାବାଜି କରିଥିଲେ । ବ୍ୟାନର ଧରି ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଏସ୍‌ଆଇଟି ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । ଗୃହ ସ୍ୱାଭାବିକ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ଏହାରି ମଧ୍ୟରେ SIT ତଦନ୍ତ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.