ବମ୍ବେ ହାଇକୋର୍ଟରେ କଙ୍ଗନାଙ୍କ ବିଜୟ, ଏବେ ଭାଙ୍ଗିଥିବା ଅଫିସ୍ ର କ୍ଷତିପୂରଣ ଭରିବ BMC

କଙ୍ଗନାଙ୍କ ବଡ଼ ବିଜୟ। ଏବେ ବିଏମସି(ବମ୍ବେ ମ୍ଯୁନିସିପାଲ କର୍ପୋରେସନ) ଅଫିସ୍ ର ଭାଙ୍ଗିଥିବା କ୍ଷତିପୂରଣ ଭରିବ। ପାଲି ସ୍ଥିତ କଙ୍ଗନା ଅଫିସକୁ ବିଏମସି ବେଆଇନ କହି ଭାଙ୍ଗିଥିଲା। ଯାହାକୁ ନେଇ କଙ୍ଗନା ବମ୍ବେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏବେ ଏହି ରାୟ କଙ୍ଗନାଙ୍କ ସପକ୍ଷରେ ଯାଇଛି। କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, କଙ୍ଗନାଙ୍କ ଅଫିସର କ୍ଷୟକ୍ଷତି ଆକଳନ କରାଯାଇ ତା’ ପରେ କ୍ଷତିପୂରଣ ଭରଣ କରାଯିବ।

କୋର୍ଟଙ୍କ କହିବାନୁଯାୟୀ, ଏହି ସମସ୍ତ ଜିନିଷ କଙ୍ଗନାକୁ ଧମକାଇବା ଉଦ୍ଦେଶ୍ଯରେ କରାଯାଇଥିଲା, ଯାହା BMCଭୁଲ୍ କରିଥିଲା। କଙ୍ଗନାକୁ କ୍ଷତିପୂରଣ ଦେବା ପାଇଁ ପ୍ରଥମେ ଅଫିସରେ ହୋଇଥିବା ଭଙ୍ଗାରୁଜାର ଆକଳନ କରାଯାଇ ମୂଲ୍ଯାଙ୍କନ କରିବା ପରେ କ୍ଷତିପୂରଣ ଦେବ ବିଏମସି। ଏହାର ସମସ୍ତ ସୂଚନା ବିଏମସି ଏବଂ କଙ୍ଗନାଙ୍କ ପାଖରେ ରହିବା ଉଚିତ।

Kangana--2

କୋର୍ଟ ଆହୁରି ମଧ୍ୟ କହିଛନ୍ତି, କଙ୍ଗନାଙ୍କ ଯାହା ବି କ୍ଷତି ହୋଇଛି ତାହାକୁ ବିଏମସି ହିଁ ପୂରଣ କରିବ। ଏହାଛଡା କଙ୍କନା ଅଫିସକୁ ପୁଣିଥରେ ତିଆରି କରିବା ପାଇଁ ବିଏମସିକୁ ଆବେଦନ କରିବେ। ଏହି କେସ୍ ଗତ ୨ ମାସ ହେଲାଣି କୋର୍ଟରେ ଚାଲିବା ପରେ ଆଜି ମାମଲାର ଶୁଣାଣି ହୋଇଛି।

ସୂଚନାଯୋଗ୍ଯ, କଙ୍ଗନା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ। ଯାହା ପରେ ସେ ସୁଶାନ୍ତଙ୍କ ସପକ୍ଷରେ କହିବାକୁ ତାଙ୍କୁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଅନେକ ପ୍ରକାର ହଇରାଣ କରାଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.