ଏହି ସର୍ତ୍ତ ସହିତ ହ୍ଵାଇଟ ହାଉସ ଛାଡିବା ପାଇଁ ରାଜି ହେଲେ ଡୋନାଲ୍ଡ ଟ୍ରମ୍ପ

ନିକଟରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଯାଇଛି। ଏହି ନିର୍ବାଚନରେ ଗଣତାନ୍ତ୍ରିକ ଦଳର ପ୍ରତିନିଧି ଜୋ ବାଇଡନ୍‌ ୨୭୦ ଅଧିକ ଭୋଟ ପାଇ ବିଜୟୀ ଲାଭ କରିଛନ୍ତି। ଏଥିସହିତ ଜୋ ବାଇଡନ୍‌ ନିଜ ନୂଆ କ୍ୟାବିନେଟର ନାମ ମଧ୍ୟ ଘୋଷଣା କରିଛନ୍ତି । ଜାନୁଆରୀ ମାସ ୨୦ ତାରିଖ ମଧ୍ୟରେ ବାଇଡନ୍‌ ଶପଥ ପାଠ କରି ନିଜ କାର୍ଯ୍ୟଭାର ଗ୍ରହଣ କରିବେ। ଅନ୍ୟପକ୍ଷରେ ତାଙ୍କ ପ୍ରତିଦ୍ୱନ୍ଦି ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ହାର ମାନିବାକୁ ପ୍ରସ୍ତୁତ ନାହାନ୍ତି। ଟ୍ରମ୍ପ ଏବେବି ନିଜେ ବିଜୟୀ ହୋଇଥିବାର ଦାବି କରୁଛନ୍ତି। ତେବେ ନିକଟରେ ଟ୍ରମ୍ପ ଦେଇଥିବା ଏକ ବୟାନ, ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କର ଏହି ବୟାନ ପରେ ରାଷ୍ଟ୍ରପତି ନିର୍ବାଚନରେ ଥିବା ହାର-ଜିତର ମାମଲା କୋର୍ଟ ବଦଳରେ ବର୍ତ୍ତମାନ ଇଲେକଟ୍ରାଲ କଲେଜ ପାଖକୁ ପହଞ୍ଚି ଯାଇଛି। ତେବେ ଆସନ୍ତୁ ଜାଣିବା କଣ ରହିଥିଲା ଟ୍ରମ୍ପଙ୍କ ବହୁ ଚର୍ଚ୍ଚିତ ବୟାନ।

trump2

ବାଇଡନ୍‌ ଙ୍କୁ ରାଷ୍ଟ୍ରପତି ଘୋଷଣା କଲେ ନିର୍ବାଚକ ମଣ୍ଡଳିଙ୍କ ପାଇଁ ହେବ ଭୁଲ :

ଯଦି ଇଲେକଟ୍ରାଲ କଲେଜ ତରଫରୁବାଇଡନ୍‌ ଙ୍କୁ ବିଜେତା ଘୋଷଣା କରାଯାଏ ତେବେ ଟ୍ରମ୍ପ ହ୍ଵାଇଟ ହାଉସ ଛାଡ଼ିବାକୁ ରାଜି ହେବେ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ ଟ୍ରମ୍ପ୍‌ କହିଛନ୍ତି ଯେ ଜାନୁଆରୀ ୨୦ ପର୍ଯ୍ୟନ୍ତ ଅନେକ ସମୟ ଅଛି । ତେଣୁ ଏହା ମଧ୍ୟରେ ଘଟଣାରେ ଅନେକ ପରିବର୍ତ୍ତନ ମଧ୍ୟ ଆସିପାରେ। ସେହିପରି ନିର୍ବାଚକ୍‌ ମଣ୍ଡଳି ଯଦି ବାଇଡନ୍‌ ଙ୍କୁ ରାଷ୍ଟ୍ରପତି ଘୋଷଣା କରନ୍ତି ତେବେ ତାହା ଇତିହାସର ଏକ ମସ୍ତବଡ ଭୁଲ ହେବ ବୋଲି ଟ୍ରମ୍ପ କହିଛନ୍ତି। ଏହି ସମସ୍ତ ବୟାନ ଟ୍ରମ୍ପ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।

trump3

ରାଷ୍ଟ୍ରପତି ନିର୍ବାଚନରେ ନିଜ ଜିତର ଠୋସ୍ ପ୍ରମାଣ ଦେବେ ବୋଲି କହିଛନ୍ତି ଟ୍ରମ୍ପ :

ନିର୍ବାଚନର ପରିଣାମକୁ ନିଜ ପକ୍ଷକୁ ହାସଲ କରିବା ପାଇଁ ଠୋସ୍ ପ୍ରମାଣ ଅଛି ବୋଲି ଟ୍ରମ୍ପ ପେନ୍ସିଲଭାନିଆର ରିପବ୍ଲିକାନ ପାର୍ଟିକୁ କହିଛନ୍ତି। ତେବେ ସେ ଏହି ନିର୍ବାଚନକୁ ଅଧିକ ଭୋଟ ଦ୍ୱାରା ଜିତୁଛନ୍ତି ବୋଲି ମଧ୍ୟ କହିଛନ୍ତି। ଟ୍ରମ୍ପଙ୍କ ମତରେ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ସହିତ ବିଶ୍ୱାସ ଘାତକତା ହୋଇଛି ଓ ଏହାର ଏକ କଠିନ ପରିଣାମ ଦେଖାଯିବ। ସେହିପରି ଜାନୁଆରୀ ୨୦ରେ ବାଇଡନ୍‌ ଙ୍କ ଉଦ୍ଘାଟନରେ ସାମିଲ ହେବା ନେଇ ଟ୍ରମ୍ପଙ୍କୁ ପ୍ରଶ୍ନ କରାଯାଇଥିଲା। ତେବେ ଏହାର ଉତ୍ତର ତାଙ୍କୁ ଜଣା ଅଛି କିନ୍ତୁ ସେ ବର୍ତ୍ତମାନ ଉତ୍ତର ଦେବାକୁ ଚାହୁଁନାହାନ୍ତି ବୋଲି ଟ୍ରମ୍ପ୍‌ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.