ବିଶାଖାପାଟନମ୍: ଏକାସାଥିରେ ପାଣିରେ ବୁଡି ଗଲେ ୬ ଜଣ ଛାତ୍ର

ବିଶାଖାପାଟନମ୍‌(କେ ନ୍ୟୁଜ): ବିଶାଖାପାଟନମ୍‌ ପଶ୍ଚିମ ଗୋଦାବରୀ ଜିଲ୍ଲା ବସନ୍ତଓ୍ଵାଡାରେ ଏକ ମର୍ମନ୍ତୁଦ ଅଘଟଣ ଘଟିଯାଇଛି । ଏକାସାଥିରେ ପାଣିରେ ବୁଡି ଗଲେ ୬ ଜଣ ଛାତ୍ର । ସମସ୍ତଙ୍କ ବୟସ ୧୬ରୁ ୧୮ ବର୍ଷ ମଧ୍ୟରେ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଘଟଣା ସମ୍ପର୍କରେ ଛାତ୍ର ମାନଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିବା ନେଇ ଜଣାଯାଇଛି । କିନ୍ତୁ କେଉଁ କାରଣରୁ ଏପରି ଏକ ଘଟଣା ଘଟିଲା ସେ ନେଇ ଜଣା ପଡ଼ିନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.