ଫେସବୁକ ଜାରିକଲା ନୂଆ ଅପଡେଟ, ଏବେ ଡାଉନଲୋଡ଼ ନକରି ବି ଖେଳିପାରିବେ ଯେକୌଣସି ଗେମ

ଶେଷରେ ଫେସବୁକ୍ ଆରମ୍ଭ କରିଛି କ୍ଲାଉଡ୍ ଗେମିଂ । ଫେସବୁକ୍ ୟୁଜର୍ସମାନେ ବର୍ତ୍ତମାନ ଡାଉନଲୋଡ୍ ନକରି ଆସଫାଲ୍ଟ -9 ପରି ହେଭି ଗେମ ଖେଳିପାରିବେ, ଯଦିଓ ଫେସବୁକର କ୍ଲାଉଡ୍ ଗେମିଂ ବର୍ତ୍ତମାନ କେବଳ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ । IOS ବ୍ୟବହାରକାରୀଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ । ରିପୋର୍ଟ ଅନୁଯାୟୀ ଫେସବୁକର କ୍ଲାଉଡ୍ ଗେମିଂ ଗୁଗୁଲ୍ ଷ୍ଟାଡିଆ କିମ୍ବା ମାଇକ୍ରୋସଫ୍ଟ ଏକ୍ସକ୍ଲାଉଡ୍ ପରି ନୁହେଁ ।

ନୂଆ ଅପଡେଟ ପରେ, ଖେଳ ପାଇଁ ଏକ ପୃଥକ ଟ୍ୟାବ୍ ଫେସବୁକ୍ ବ୍ୟବହାରକାରୀଙ୍କୁ ଦିଆଯିବ । କ୍ଲିକ୍ କରି ସେମାନେ ଡାଉନଲୋଡ୍ ନକରି ସମସ୍ତ ପ୍ରକାରର ଖେଳ ଖେଳିପାରିବେ । ଏହା ସେମାନଙ୍କର ଡାଟା ଏବଂ ମେମୋରୀ ସେଭ କରିବ । ଫେସବୁକ୍ କ୍ଲାଉଡ୍ ରେ ଆପଣଙ୍କୁ କୌଣସି କଣ୍ଟ୍ରୋଲର ଦରକାର ନାହିଁ । ଆପଣ ମୋବାଇଲରେ ଗେମ ଖେଳିବା ପରି ଫେସବୁକରେ ମଧ୍ୟ ଖେଳିବାକୁ ସକ୍ଷମ ହେବେ ।

फेसबुक अपडेट: facebook Cloud Gaming

ଫେସବୁକର ଏହି ଗେମିଂ ସର୍ଭିସ ବର୍ତ୍ତମାନ ଆମେରିକାରେ ଜାରି କରାଯାଇଥିବାବେଳେ ଭାରତ ସମେତ ଅନ୍ୟ ଦେଶ ତଥା ଆପଲ୍ ଡିଭାଇସରେ ଏହାର ଆଗମନ ହେବାର କୌଣସି ଖବର ନାହିଁ । ଯଦିଓ ଫେସବୁକ୍ ନିଶ୍ଚିତ କରିଛି ଯେ ଏହା ଶୀଘ୍ର ଆପଲ୍ ସଫାରି ବ୍ରାଉଜରରେ ଲଞ୍ଚ କରିବାକୁ ଚେଷ୍ଟା କରାଯାଉଛି । ତେବେ ଫେସବୁକର କ୍ଲାଉଡ୍ ଗେମ୍ ଟେଷ୍ଟିଙ୍ଗ ସମୟରେ ପ୍ରାୟ 2,00,000 ଲୋକ ଖେଳିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.