ସିରିଆ ଉପକୂଳରେ ଛାତିଥରା ଦୃଶ୍ୟ! ମଝି ସମୁଦ୍ରରେ ବୁଡ଼ିଲା ବୋଟ୍‌, ୭୩ ଜଣଙ୍କ ମୃତ୍ୟୁ

ସିରିଆ : ସିରିଆ ସମୁଦ୍ର ଉପକୂଳରେ ଛାତିଥରା ଦୃଶ୍ୟ । ମଝି ସମୁଦ୍ରରେ ବୁଡ଼ିଲା ବୋଟ୍‌ । ୭୩ ଜଣଙ୍କ ମୃତ୍ୟୁ ହୋଇଛି । ୨୦ ଜଣଙ୍କୁ ଉଦ୍ଧାର କରି ଗୁୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲେବାନନରୁ ପ୍ରବାସୀଙ୍କୁ ନେଇ ଯାତ୍ରା କରୁଥିବା ବୋଟ ବୁଡିଛି । ବୋଟରେ ୧୨୦ରୁ ୧୫୦ ଜଣ ଯାତ୍ରୀ ଥିଲେ ।

ସେମାନେ ସିରିୟା, ଲେବାନନ ଓ ପାଲେଷ୍ଟାଇନର ନାଗରିକ । ଘଟଣା ସ୍ଥଳରେ ଅନେକ ପ୍ରାଣ ହରାଇଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଛୋଟ ଛୁଆ । ବେଆଇନ ଭାବେ ଏମାନେ ୟୁରୋପ ଯାଉଥିଲେ । ବୋଟ୍‌ ବୁଡିର କାରଣ ସ୍ପଷ୍ଟ ହୋଇନାହିଁ ।

ବୋଟ ବୁଡି ପରେ ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି । ବୋଟ୍‌ ବୁଡ଼ି ଖବର ମିଳିବା ପରେ ପୋଲିସ ସହ ପ୍ରତିରକ୍ଷା ମନ୍ତ୍ରାଳୟ ଏବଂ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ନିଖୋଜ ଥିବା ଲୋକଙ୍କୁ ଠାବ କରିବାକୁ ଅଭିଯାନ ଜାରି ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.