Below header

ମହଙ୍ଗା ପଡ଼ିଲା ତେଲ ଚୋରି, ପାଇପ୍‌ ଲାଇନ୍‌ ବିସ୍ଫୋରଣରେ ୭୩ ଜଣଙ୍କର ମୃତ୍ୟୁ

ମେକ୍ସିକୋ ସିଟି : ମେକ୍ସିକୋରେ ବଡ଼ ଧରଣର ବିସ୍ଫୋରଣ । ଏଥିରେ ୭୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୪ ଜଣ ଆହତ ହୋଇଛନ୍ତି । ୮୦ ଜଣ ନିଖୋଜ ଥିବା ସୂଚନା ମିଳିଛି ।
ତେଲ ଓ ଗ୍ୟାସ ଯୋଗାଣ ହେଉଥିବା ପାଇପ୍‌ ଲାଇନ୍‌ରୁ ଲୋକେ ତେଲ ଚୋରି କରି ନିଅନ୍ତି । ତେଲ ଚୋରି ପାଇଁ ସେମାନେ ପାଇପ୍‌ରେ କଣା କରି ଦିଅନ୍ତି । ପାଇପରେ ଏଭଳି ଛିଦ୍ର ହିଁ ବିସ୍ଫୋରଣର କାରଣ ହୋଇଛି । ସ୍ଥାନୀୟ ଲୋକମାନେ ପାଇପ୍‌ରେ କଣା କରି ତେଲ ନେବାକୁ ଜମା ହୋଇଥିବା ବେଳେ କୌଣସି କାରଣରୁ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା । ଗତକାଲି ।କାଳେ ଲାଗିଥିବା ଏହି ନିଆଁକୁ ଆୟତ୍ତ କରାଯାଇ ସାରିଛି । ତଥାପି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ପୂର୍ବରୁ ୨୦୧୦ରେ ଠିକ୍‌ ଏହିଭଳି ତେଲ ପାଇପ୍‌ ଲାଇନ୍‌ ବିସ୍ଫୋରଣରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.