ଅସ୍ତରଙ୍ଗ ସମୁଦ୍ରରେ ବୁଡ଼ିଗଲେ ୪ ଛାତ୍ର, ୩ ଜଣଙ୍କର ମୃତ୍ୟୁ

ଗୋପ (କେ ନ୍ୟୁଜ୍‌) : ପ୍ରାଣ ନେଲା ପିକ୍‌ନିକ୍‌ । ସମୁଦ୍ରରେ ବୁଡ଼ି ୩ଛାତ୍ର ମୃତ । ଅସ୍ତରଙ୍ଗ ନିକଟ ଜାହାନିଆପୀର ପିକନିକ କରିବାକୁ ଯାଇ ସମୁଦ୍ରରେ ବୁଡ଼ିଗଲେ ୫ ଛାତ୍ର । ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ମୃତ ୩ ଜଣ ହେଉଛନ୍ତି ଅବିନାଶ ପ୍ରଧାନ, ଅମିତ ମହାନ୍ତି ଓ ଶୁଭସୌମ୍ୟା ସେନାପତି। ୨ ଉଦ୍ଧାରଙ୍କୁ ପ୍ରଥମେ ଅସ୍ତରଙ୍ଗ ଓ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅସ୍ତରଙ୍ଗ ଅଗ୍ନିଶମ ବିଭାଗ, ଲାଇଫ୍‌ ଗାର୍ଡ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଭୁବନେଶ୍ୱରର ଏକ ଘରୋଇ କଲେଜର କିଛି ଛାତ୍ରଛାତ୍ରୀ ପିକ୍‌ନିକ ପାଇଁ ଜାହାନିଆପୀର ଯାଇଥିଲେ । ୫ ଜଣ ଛାତ୍ର ଗାଧୋଇବା ପାଇଁ ଯାଇଥିବା ବେଳେ ଭାସି ଯାଇଥିଲେ । ପ୍ରଥମେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ପରେ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.