Below header

କରୋନାରେ କର୍ଣ୍ଣାଟକ କୁଲବର୍ଗୀ ଅଞ୍ଚଳର ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ, ଗତ ଜାନୁଆରୀରେ ସାଉଦି ଆରବ ଯାଇ ମାସକ ପରେ ଫେରିଥିଲେ

କର୍ଣ୍ଣାଟକ: ଭାରତରେ ପ୍ରଥମ କରୋନା ମୃତ୍ୟୁ । କର୍ଣ୍ଣାଟକ କୁଲବର୍ଗୀ ଅଞ୍ଚଳର ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । COVID-19 ଭୂତାଣୁରେ ସଂକ୍ରମିତ ହୋଇ ବୃଦ୍ଧ ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସେ ଗତ ଜାନୁଆରୀରେ ସାଉଦି ଆରବ ଯାଇ ମାସକ ପରେ ଫେରିଥିଲେ । ଏହା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ କରୋନା ସଂକ୍ରମିତ ସନ୍ଦେହ କରି ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ତାଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଥିବା ଗତକାଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.