CAA ଲାଗୁ ହେବା ପରେ ମୁମ୍ବାଇରୁ ୮ ବାଂଲାଦେଶୀ ଗିରଫ, ଅବୈଧ ଭାବେ ରହୁଥିଲେ

ମୁମ୍ବାଇରେ ୮ ଜଣ ବାଂଲାଦେଶୀଙ୍କୁ ଗିରଫ କରିଛି ପୋଲିସ । ଏମାନେ ଭାରତରେ ଅବୈଧକ ଭାବେ ୪ ବର୍ଷ ହେଲାଣି ରହୁଥିଲେ । ପୋଲିସ ଚଢାଉ କରି ଏମାନଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ୩ ଜଣ ପୁରୁଷ ରହିଛନ୍ତି ।

ମହାରାଷ୍ଟ୍ର ନବୀ ମୁମ୍ବାଇରେ ୮ ଜଣ ବାଂଲାଦେଶୀଙ୍କୁ ଗିରଫ କରିଛି ପୋଲିସ । ଏମାନେ ଭାରତରେ ଅବୈଧକ ଭାବେ ୪ ବର୍ଷ ହେଲାଣି ରହୁଥିଲେ । ପୋଲିସ ଚଢାଉ କରି ଏମାନଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ୩ ଜଣ ପୁରୁଷ ରହିଛନ୍ତି । ସେମାନଙ୍କ ବୟସ ୨୦ରୁ ୪୦ ବର୍ଷ ମଧ୍ୟରେ ଜଣାପଡିଛି ।

ପୋଲିସ କହିବାକୁ ମୁତାବକ, ବାଂଲାଦେଶୀ ନାଗରିକ ଗତ ୪ ବର୍ଷ ହେଲାଣି ଅବୈଧ ଭାବେ ମୁମ୍ବାଇରେ ରହୁଥିଲେ । ଏମାନଙ୍କ ପାଖରେ କୌଣସି ସଠିକ୍‌ ଦସ୍ତାବିଜ ନଥିଲା । ପୋଲିସ ୮ ଜଣଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ପାସପୋର୍ଟ ଅଧିନିୟମ ଏବଂ ବିଦେଶୀ ଅଧିନିୟମ ମାମଲା ଦାୟର ହୋଇଛି ।

ସୂଚନାଯୋଗ୍ୟ, CAA ଡିସେମ୍ବର ୨୦୧୯ରେ ପାରିତ ହୋଇଥିଲା । ଏହାପରେ ରାଷ୍ଟ୍ରପତି ମଞ୍ଜୁରୀ ମଧ୍ୟ ଦେଇଥିଲେ । ଏହାପରେ ଦେଶର ଅନେକ ସ୍ଥାନରେ ଏହା ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ଏହାପରେ ଏହା ଲାଗୁ ହୋଇପାରିନଥିଲା । କିନ୍ତୁ ଏବେ ସିଏଏ ଲାଗୁ ହେବା ପରେ ପୋଲିସ ସମ୍ବେଦନଶୀଳ ସ୍ଥାନର ସୁରକ୍ଷା ବଢାଇଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.