ଦିଲ୍ଲୀ ପୋଲିସ ସହ ଗୁଳି ବିନିମୟ; ଏନ୍‌କାଉଣ୍ଟରରେ ହାସିମ୍‌ ବାବା ଗ୍ୟାଙ୍ଗ୍‌ର ୩ ଶାର୍ପଶୁଟର ଆହତ

ଦିଲ୍ଲୀର ଗୋକଲପୁରୀ ମେଟ୍ରୋ ଷ୍ଟେସନ ନିକଟରେ ସୋମବାର ବିଳମ୍ବିତ ରାତିରେ ପୋଲିସ ଏବଂ ହାସିମ୍‌ ବାବା ଗ୍ୟାଙ୍ଗର ୩ ଶାର୍ପଶୁଟରଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଉଭୟଙ୍କ ପକ୍ଷରୁ ୧୪ରୁ ଅଧିକ ଗୁଳି ଚଳାଯାଇଥିଲା ।

ଦିଲ୍ଲୀର ଗୋକଲପୁରୀ ମେଟ୍ରୋ ଷ୍ଟେସନ ନିକଟରେ ସୋମବାର ବିଳମ୍ବିତ ରାତିରେ ପୋଲିସ ଏବଂ ହାସିମ୍‌ ବାବା ଗ୍ୟାଙ୍ଗର ୩ ଶାର୍ପଶୁଟରଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଉଭୟଙ୍କ ପକ୍ଷରୁ ୧୪ରୁ ଅଧିକ ଗୁଳି ଚଳାଯାଇଥିଲା । ଏହି ସମୟରେ ପୋଲିସ ଏନ୍‌କାଉଣ୍ଟରରେ ୩ ଶାର୍ପଶୁଟର ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମାର୍ଚ୍ଚ ୯ରେ ସିଲମ୍‌ପୁର ଅଞ୍ଚଳରେ ଅରବାଜଙ୍କ ହତ୍ୟା ମାମଲାରେ ହାସିମ୍‌ ବାବା ଗ୍ୟାଙ୍ଗର ୩ ଜଣ ଶୁଟରଙ୍କୁ ପୋଲିସ ଖୋଜାଖୋଜି କରୁଥିଲା । ଉତ୍ତର-ପୂର୍ବ ଡିସିପି ଜୟ ଟିର୍କି କହିଛନ୍ତି ଯେ ୨ ଦିନ ତଳେ ସିଲମ୍‌ପୁରରେ ଫାୟାରିଂ ହୋଇଥିଲା । ଏଥିରେ ଅରବାଜ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ଏବଂ ଜଣେ ଆହତ ହୋଇଥିଲେ । ଏହି ଘଟଣାରେ ମାମଲା ରୁଜୁ କରାଯାଇଥିଲା ।

ପୋଲିସ କହିଛି ଯେ ଆମର ସ୍ପେଶାଲ ଷ୍ଟାଫ୍‌ଙ୍କୁ ଅଭିଯୁକ୍ତମାନଙ୍କ ବିଷୟରେ ସୂଚନା ମିଳିଥିଲା । ଏହାପରେ ପୋଲିସ ଜାଲ ବିଛାଇ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପ୍ରୟାସ କରିଥିଲା । ପ୍ରଥମେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ଅଭିଯୁକ୍ତମାନେ ନ ଅଟକି ପୋଲିସ ଉପରକୁ ଗୁଳି ଚଳାଇଥିଲେ ।

ପାଲଟା କାର୍ଯ୍ୟାନୁଷ୍ଠାନରେ ପୋଲିସ ମଧ୍ୟ ଫାୟାରିଂ କରିଥିଲା । ଏଥିରେ ୩ ଶୁଟରଙ୍କ ଗୋଡ଼ରେ ଗୁଳି ବାଜିଥିଲା । ସେମାନଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୨ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.