ନିଜର ପୌରୁଷତ୍ବ ପରୀକ୍ଷା କରାଇବା ପାଇଁ ୮୦ ବର୍ଷର ବୃଦ୍ଧ ଜିଲ୍ଲାପାଳଙ୍କୁ କଲେ ଅନୁରୋଧ, ଜାଣନ୍ତୁ କାରଣ

ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବୃଦ୍ଧ ନିଜର ପୌରୁଷତ୍ବ ପରୀକ୍ଷା କରାଇବା ପାଇଁ ଜିଲାପାଳଙ୍କ ନିକଟରେ ଆବେଦନ କରିଛନ୍ତି । ତାଙ୍କ କହିବା ଅନୁଯାୟୀ କିଛି ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ମିଛ ଦୁଷ୍କର୍ମ ମାମଲାରେ ଫସାଇ ଜେଲ ପଠାଇଦେବେ ବୋଲି ବାରମ୍ବାର ଧମକ ଦେଇ ଆସୁଛନ୍ତି । ସେଥିପାଇଁ ଏହି ଧମକରେ ଅତିଷ୍ଠ ହୋଇ ଶେଷରେ ବୃଦ୍ଧ ଜଣଙ୍କ ଏପରି ପଦକ୍ଷେପ ନେଇଛନ୍ତି । ଏହାପରେ ସେଠାକାର DM ନବାବଗଂଜର ଏସଡ଼ିଏମଙ୍କୁ ଏହି ମାମଲାର ତଦନ୍ତ କରିବା ପାଇଁ କହିଛନ୍ତି ।
ସୂଚନା ଅନୁଯାୟୀ ଏହି ଘଟଣାଟି ବରେଲୀ ନବାବଗଂଜ ଥାନା ଅଧିନସ୍ଥ ଗୁଲଡିୟା ଗ୍ରାମର ଅଟେ । ଏଠାକାର ସାଧୁ ରାମଦାସଙ୍କର ଆରୋପ ଅନୁଯାୟୀ କିଛି ପ୍ରଭାବଶାଳୀ ବ୍ୟକ୍ତି ତାଙ୍କ ଆଶ୍ରମର କିଛି ଜମିକୁ ଜୋର ଜବରଦସ୍ତ ନିଜ କବଜାରେ ନେଇଯାଇଥିଲେ ଏବଂ ଯେତେବେଳେ ସେ ଏହାର ବିରୋଧ କରିଥିଲେ ସେତେବେଳେ ସେହି ପ୍ରଭାବଶାଳୀ ବ୍ୟକ୍ତି ମାନେ ତାଙ୍କୁ ମିଛ ରେପ କେସରେ ଫସାଇଦେବେ ବୋଲି ବାରମ୍ବାର ଧମକ ଦେଇଥିଲେ । ଏହି କାରଣ ଯୋଗୁଁ ସେ ନିଜର ପୌରୁଷତ୍ବ ପରୀକ୍ଷା କରାଇବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ।
ଏହାସହ ପଢନ୍ତୁ କଣ ଆପଣଙ୍କ ପିଲାବି ବ୍ୟବହାର କରୁଛି ସ୍ମାର୍ଟଫୋନ, ତାହେଲେ ହୋଇଯାଆନ୍ତୁ ସାବଧାନ ନଚେତ ଆପଣଙ୍କ ପିଲା ସହ ବି ହୋଇପାରେ କିଛି ଏପରି
ସାଧୁଙ୍କ କହିବା ଅନୁଯାୟୀ ଯେଉଁ ବ୍ୟକ୍ତି ତାଙ୍କ ଜମିକୁ ଜବରଦସ୍ତି କବଜା କରି ରଖିଛନ୍ତିଓ ତାଙ୍କ ପତ୍ନୀ ମିଛ ଦୁଷ୍କର୍ମ ଅଭିଯୋଗରେ ଫସାଇଦେବେ ବୋଲି ବାରମ୍ବାର ଧମକ ଦେଉଛନ୍ତି । ଏହି ସମୟରେ ଯଦି ସେ ପୋଲିସ ନିକଟକୁ ଯାଉଛନ୍ତି ତାହେଲେ ତାଙ୍କୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ବିନା ଦୋଷରେ ଜେଲରେ ରହିବାକୁ ପଡିବ । ଯଦିଓ ପୋଲିସରେ କିଛି ଅଭିଯୋଗ ଅଣାଯାଇ ନାହିଁ କିନ୍ତୁ ତାଙ୍କ ପତ୍ନୀ ବୃଦ୍ଧଙ୍କ ବିରୋଧରେ ଦୁଷ୍କର୍ମର ଆରୋପ ଲଗାଇଛନ୍ତି ଏବଂ ସେହି କାରଣରୁ ସେ ନିଜର ପୌରୁଷତ୍ବ ପରୀକ୍ଷା କରାଇବା ପାଇଁ ଅନୁରୋଧ କରିଛନ୍ତି ।
ଏହି ଘଟଣାରେ ବିନା କୌଣସି ଏଫଆଇଆରରେ ପୋଟେନ୍ସି ଟେଷ୍ଟ କରାଯାଇପାରିବ ନାହିଁ ବୋଲି ସେଠାକାର DM ସତେନ୍ଦ୍ର କୁମାର କହିଛନ୍ତି ଏବଂ ଏହି ମାମଲାକୁ ଚିଫ ମେଡିକାଲ ଅଫିସରଙ୍କ ନିକଟକୁ ପଠାଯାଇଛି।