ନାଉଗାଁ: ଶିକ୍ଷକଙ୍କ ନିଲମ୍ବନ ଆଦେଶକୁ ବିରୋଧ, ପ୍ରତିବାଦରେ ଜଗରାଜପୁର ସ୍କୁଲ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଶିକ୍ଷକଙ୍କ ନିଲମ୍ବନ ଆଦେଶକୁ ବିରୋଧ କରି ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଳା ନାଉଗାଁ ବ୍ଳକ ଜଗରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଗତକାଲି ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ । ବିଦ୍ୟାଳୟର ସହକାରୀ ଶିକ୍ଷକ ଉମାକାନ୍ତ ଆଚାର୍ଯ୍ୟଙ୍କୁ ଲେସନ ନୋଟିସ ମାଗିଥିବା ବେଳେ ତାହା ଦେଇ ପାରି ନଥିବାରୁ ତାଙ୍କୁ ନିଲମ୍ବନ ଆଦେଶ ଦିଆଯାଇଥିଲା । ଯାହାକୁ ନେଇ ଘୋର ବିରୋଧ କରିଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ । ବିଦ୍ୟାଳୟ ଖୋଲିବା ପୂର୍ବରୁ ଗେଟରେ ତାଲା ପକାଇ ଆନ୍ଦୋଳନରେ ବସିଥିଲେ । ଯେ ପର୍ଯ୍ୟନ୍ତ ସାର ବିଦ୍ୟାଳୟକୁ ଫେରି ନାହାନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.