ପୁରୁଣା ନୋଟ ଖୋଲିଦେଲା ଭାଗ୍ୟ : ଅଚାନକ ଘରୁ ମିଳିଥିବା ପୁରୁଣା ନୋଟ ବିକି ଦମ୍ପତି ହେଲେ ମାଲାମାଲ୍‌, ୪୭ ଲକ୍ଷ ଟଙ୍କାରେ ହେଲା ନିଲାମ

ନୂଆଦିଲ୍ଳୀ : କୁହାଯାଏ ମଣିଷର ଭାଗ୍ୟ କେତେବେଳେ ବଦଳିବ, କେହି କହିପାରିବେ ନାହିଁ । ବେଳେ ବେଳେ ରାତା ରାତି ମଣିଷ ପାଲଟିଯାଏ କୋଟିପତି । ଏମିତି ଲକ୍ଷପତି ପାଲଟି ଥିବା ବୃଦ୍ଧ ଦମ୍ପତି ହେଉଛନ୍ତି ବ୍ରିଟେନର ବିକ୍‌ ଓ ଜାନେଟ୍‌ ବ୍ରିଷ୍ଟଲ । ଏହି ଦମ୍ପତି ଘରେ ଥିବା ଅଚାନକ ୯ ଟି ପୁରୁଣା ନୋଟ ପାଇଥିଲେ । ଏହି ପୁରୁଣା ବ୍ରିଟେନ ନୋଟ୍‌କୁ ନିଲାମ କରି ସେ ପ୍ରାୟ ୪୭ କୋଟି ଟଙ୍କା ପାଇଛନ୍ତି ।

ଦମ୍ପତି ବହୁ ବର୍ଷ ଧରି ଘରେ ପଡିଥିବା ଏହି ନୋଟ ଗୁଡିକୁ ବିକି ଏତେ ଟଙ୍କା ପାଇବେ ବୋଲି କେବେ ବିଶ୍ୱାସ କରିନଥିଲେ । ତାଙ୍କୁ ମିଳିଥିବା ଏହି ୯ ଟି ନୋଟ୍‌ ୧୯୧୬ ରୁ ୧୯୧୮ ମସିହା ସମୟର ନୋଟ୍‌ । ଯାହାକି ବହୁତ ଦୁର୍ଲଭ ଅଟେ । ଏହି ନୋଟରୁ ମିଳିଥିବା ଟଙ୍କା ପାଇଁ ଦମ୍ପତି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।ବିକ୍‌ଙ୍କୁ ଏହି ୧୦୦ ବର୍ଷର ପୁରୁଣା ନୋଟ୍‌ ପ୍ରାୟ ୩୦ ବର୍ଷ ତଳେ ଘର ମରାମତି କରୁଥିବା ବେଳେ ମିଳିଥିଲା । ଏହି ନୋଟ ଏତେ ଟଙ୍କା ହେବ ବୋଲି ସେ କେବେ ଚିନ୍ତା କରିନଥିଲେ ।

old man
photo credit : aajtak.in

କିଏ କିଣିଥିଲେ ଏହି ଦୁର୍ଲ୍ଲଭ ନୋଟ

ପ୍ରଥମ ନୋଟ ୭ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା । ଅନ୍ୟ ୩ ନୋଟ ଯାହା ୫ ପାଉଣ୍ଡର ଥିଲା, ସେସବୁ ୧୪.୭୩ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା। ଯେଉଁ ବ୍ୟକ୍ତି ଏହି ନୋଟ୍‌ ନେଇଥିଲେ ସେ ଇଣ୍ଟରନେସନାଲ ବ୍ୟାଙ୍କ ସୋସାଇଟିର ପ୍ରେସିଡେଣ୍ଟ ଥିଲେ । ସେ ଏହି ସବୁ ୯ ନୋଟ୍‌ର ମୂଲ୍ୟ ୪୭,୪୨,୨୭୧ ଟଙ୍କାରେ କିଣିଥିଲେ । ଏବେ ଏତେ ଟଙ୍କା ପାଇବା ପରେ ଦମ୍ପତି ବିଦେଶ ବୁଲି ଯିବାକୁ ଯୋଜନା କରୁଛନ୍ତି । ଆଉ କିଛି ଧନ ନିଜର ଭବିଷ୍ୟତ ପାଇଁ ସଂଚୟ କରିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.