ଯାଜପୁର: ଶ୍ରମିକଙ୍କ ମୃତଦେହ ଠାବ, ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ କରୁଥିଲେ କାମ

ଯାଜପୁର (କେନ୍ୟୁଜ):  ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସିହା ପଂଚାୟତରେ ଚାଲିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ଵିତୀୟ ଗ୍ରାମୀଣ କ୍ୟାମ୍ପସ ପରିସରରୁ ଜଣେ ଶ୍ରମିକ ମୃତଦେହ ଉଦ୍ଧାର। ମୃତକ ହେଲେ ଛତିଶଗଡ଼ ଅଞ୍ଚଳର ଧନେଶ୍ୱର ପ୍ରସାଦ ଯାଦବ। ସୂଚନା ମୁତାବକ, ଧନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସରେ ରହିବା ସହ ଶ୍ରମିକ ଭାବେ କାମ କରୁଥିଲେ। ଗତକାଲି ରାତିରେ ସେ ଅସୁସ୍ଥତା ଅନୁଭବ କରିଥିଲେ। ତେବେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଶ୍ରମିକ ଦେଖିବାକୁ ପାଇଥିଲେ। ଏ ନେଇ ସ୍ଥାନୀୟ ଲୋକେ ଧାନମଣ୍ଡଳ ଫାଣ୍ଡି ପୋଲିସକୁ ଖବର ଦେଇଥିଲେ।

ପରିସରରୁ ଜଣେ ଶ୍ରମିକ ମୃତଦେହ ଉଦ୍ଧାର। ମୃତକ ହେଲେ ଛତିଶଗଡ଼ ଅଞ୍ଚଳର ଧନେଶ୍ୱର ପ୍ରସାଦ ଯାଦବ। ସୂଚନା ମୁତାବକ, ଧନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସରେ ରହିବା ସହ ଶ୍ରମିକ ଭାବେ କାମ କରୁଥିଲେ। ଗତକାଲି ରାତିରେ ସେ ଅସୁସ୍ଥତା ଅନୁଭବ କରିଥିଲେ। ତେବେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଶ୍ରମିକ ଦେଖିବାକୁ ପାଇଥିଲେ। ଏ ନେଇ ସ୍ଥାନୀୟ ଲୋକେ ଧାନମଣ୍ଡଳ ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଫାଣ୍ଡି ପୋଲିସ ପହଁଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି। ତେବେ ଶ୍ରମିକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡିନଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.