Below header

ପାକିସ୍ତାନ: ପୋଲିସ ଭ୍ୟାନ୍‌ ଉପରେ ଆତ୍ମଘାତୀ ବିସ୍ଫୋରଣ; ୯ ପୋଲିସ କର୍ମୀ ନିହତ, ୧୩ରୁ ଅଧିକ ଆହତ

ପାକିସ୍ତାନରେ ପୁଣିଥରେ ଭୟଙ୍କର ବିସ୍ଫୋରଣ ହୋଇଛି। ଆତଙ୍କବାଦୀମାନେ ବଲୁଚିସ୍ତାନରେ ଏକ ପୋଲିସ କନଷ୍ଟେବଳ ଭ୍ୟାନ୍ ଉପରେ ଆତ୍ମଘାତୀ ଆକ୍ରମଣ କରିଛନ୍ତି। ଏଥିରେ ୯ ପୋଲିସ କର୍ମୀ ନିହତ ହୋଇଛନ୍ତି।

ପାକିସ୍ତାନରେ ସେନା ଓ ପୋଲିସ ଉପରେ ଆତଙ୍କବାଦୀ ଆକ୍ରମଣ ଥମିବାର ନାଁ ନେଉନାହିଁ। ସୋମବାର ବଲୁଚିସ୍ତାନରେ ଏକ ପୋଲିସ କନଷ୍ଟେବଳ ଭ୍ୟାନ୍ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି, ଯେଉଁଥିରେ ୯ ପୋଲିସ କର୍ମୀ ନିହତ ହୋଇଛନ୍ତି। ଏହି ବିସ୍ଫୋରଣରେ ୧୩ରୁ ଅଧିକ ପୋଲିସ କର୍ମୀ ଆହତ ମଧ୍ୟ ହୋଇଛନ୍ତି।

ପାକିସ୍ତାନୀ ଗଣମାଧ୍ୟମ ମୁତାବକ, ବଲୁଚିସ୍ତାନର ବୋଲନ୍ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ପୋଲିସ ଭ୍ୟାନ୍ ବଲୁଚିସ୍ତାନର ସିବିରୁ କ୍ୱେଟା ଫେରୁଥିଲା। ଏହି ସମୟରେ ଯେତେବେଳେ ଭ୍ୟାନ କାଚ୍ଚି ସୀମା ସଂଲଗ୍ନ କମ୍ବରୀ ବ୍ରିଜ ନିକଟରେ ପହଞ୍ଚିଥିଲା, ତ ହଠାତ୍ ବିସ୍ଫୋରଣ ଘଟିଥିଲା। ଆହତମାନଙ୍କୁ ନିକଟସ୍ଥ ସିବି ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ବୋମା ନିଷ୍କ୍ରିୟକାରୀ ଦଳ ସହିତ ଅନେକ ସୁରକ୍ଷାକର୍ମୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଅଞ୍ଚଳକୁ ସିଲ୍‌ କରାଯାଇ ସର୍ଚ୍ଚ ଅପରେସନ୍ ଜାରି ରହିଛି। କହି ରଖୁଛୁ, ବଲୁଚିସ୍ତାନର ଯେଉଁ କନଷ୍ଟେବଳ ପୋଲିସ ଉପରେ ଆକ୍ରମଣ ହୋଇଛି, ସେମାନେ ଜେଲ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ପ୍ରଦାନ କରିଥାଆନ୍ତି। ବର୍ତ୍ତମାନ କେହି ବି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.