ଦେଶରେ ରେକର୍ଡ ଭାଙ୍ଗିଲା କରୋନା: ଗତ ୨୪ ଘଣ୍ଟା ଭିତରେ ୯୯୭୧ ନୂଆ ଆକ୍ରାନ୍ତ ଚିହ୍ନଟ, ୨୮୭ ଜଣ ମୃତ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ଭିତରେ ୯ ହଜାର ୯୭୧ ଜଣ ଆକ୍ରାନ୍ତ ବାହାରିଛନ୍ତି ‌ । ଏହାକୁ ମିଶାଇ ଦେଶର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୪୬ ହଜାର ୬୨୮ରେ ପହଞ୍ଚିଛି । ଏହା ସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବି ଦିନ କୁ ଦିନ ବଢିଚାଲିଛି । ୨୪ ଘଣ୍ଟାରେ ୨୮୭ ଜୀବନ ନେଇଛି ଏହି ମାରାତ୍ମକ ମହାମାରୀ । ଏହାକୁ ମିଶାଇ ଦେଶରେ ମୃତ୍ୟୁସଂଖ୍ୟା ୬ ହଜାର ୯୨୯ରେ ପହଞ୍ଚିଛି । ବିଶ୍ୱର କରୋନା ପ୍ରଭାବିତ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି ଭାରତ । ଆମେରିକା, ବ୍ରାଜିଲ୍‌, ରୁଷିଆ, ବ୍ରିଟେନ୍‌ ଓ ସ୍ପେନ୍‌ ପଛକୁ ରହିଛି ଭାରତ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ରିପୋର୍ଟ ଅନୁଯାୟୀ ପାଖାପାଖି ଅଧା ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି ।

୧ ଲକ୍ଷ ୨୦ହଜାର ୪୦୬ ଆକ୍ଟିଭ୍‌ ମାମଲା ଥିବା ବେଳେ ସୁସ୍ଥ ହେଲେଣି ୧ ଲକ୍ଷ ୧୯ ହଜାର ୨୯୨ ଜଣ । ଏଯାବତ ଆରୋଗ୍ୟ ହାର ୪୮. ୭୦ ପ୍ରତିଶତ ରହିଛି । ତେବେ ମହାରାଷ୍ଟ୍ରରେ ମହାମାରୀର ବିଭୀଷିକା ବି ଜାରି ରହିଛି । ମହାରାଷ୍ଟ୍ରରେ ପ୍ରାୟ ୮୨ ହଜାର ଲୋକ ଆକ୍ରାନ୍ତ ହେଲଣି । ରାଜ୍ୟରେ ୨ହଜାର ୭୧୦ ଜୀବନ । ମହାରାଷ୍ଟ୍ର ପଛକୁ ଦ୍ୱିତୀୟରେ ତାମିଲନାଡ଼ୁ ଓ ତୃତୀୟ ସ୍ଥାନରେ ରହିଛି ରାଜଧାନୀ ଦିଲ୍ଲୀ । ଦେଶରେ ୨୪ ଘଣ୍ଟାରେ ୧ ଲକ୍ଷ ୪୨ ହଜାର ୬୯ ସାମ୍ପଲ ଟେଷ୍ଟ ହୋଇଛି । ସେପଟେ ବିଶ୍ୱରେ ୪ଲକ୍ଷ ଟପିଛି ମୃତ୍ୟୁସଂଖ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.