ଫାଇନ ଭୟରେ ଥାନା ଅଧିକାରୀଙ୍କୁ ଧକ୍କା ଦେଲା ଅଟୋ ଡ୍ରାଇଭର , ପରେ କଣ ହେଲା ଜାଣନ୍ତୁ

୧ ସେପ୍ଟମ୍ବରରୁ ଲଗୁ ହୋଇଥିବା ନୂଆ ଏମଭି ନିୟକୁ ନେଇ  ନେଇ ଚର୍ଚ୍ଚା ଜାରି ରହିଛି ।  ଲୋକଙ୍କୁ ୨୩ ହଜାରରୁ ଆରମ୍ଭ କରି ୫୯ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟାଯାଉଛି । ଏହାର ପ୍ରଭାବ ଝାରଖଣ୍ଡରେ ମଧ୍ୟ ଦେଖିବାକୁ ମିଳୁଛି । କିଛି ବାହାନ ଚାଳକ କାଗଜପତ୍ର ଧରି ଚଲାଉଥିବା ବେଳେ ଅନ୍ୟପଟେ କିଛି ଚାଳକ ପୁଲିସକୁ ଚଖମା ଦେବା ପାଇଁ ବିକଳ୍ପ ବ୍ୟବସ୍ଥା ଆପଣାଉଛନ୍ତି। ଯାହା ଫଳରେ ସେମାନେ ଖସି  ଯିବା ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ।

ଗୁରୁବାର ଦିନ ଘଟଛି ଏମିତି ଏକ ବିସ୍ମୟ କଲା ଭଳି ଘଟଣା।  ରାଞ୍ଚିର ମୁଖ୍ୟ ରାସ୍ତାରେ ଗାଡିର କାଗଜପତ୍ରର ଯାଞ୍ଚ କରୁଥିବା ଟ୍ରାଫିକ ଇନସ୍ପେକ୍ଟର ଜନ ମୁର୍ମୁଙ୍କୁ ଜଣେ ଅଟୋ ଡ୍ରାଇଭର ଧକ୍କା ମାରିଛି । ଏହି ଦୁର୍ଘଟଣାରେ ଥାନା ଅଧିକାରୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଯାହା ଫଳରେ  ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମିଳିବା ପରେ ଟ୍ରାଫିକ ପୁଲିସ, କୋତବାଲୀ ଡିଏସପି ଏବଂ ହିନ୍ଦପିଡିର ଥାନା ଅଧିକାରୀ ହସ୍ପିଟାଲ ପହଞ୍ଚି ଆହାତ ଥାନା ଅଧିକାରୀ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।

ପୁଲିସ ସୂଚନା ମୁତାବକ ଥାନା ଅଧିକାରୀ ଜନ ମୁର୍ମୁ ରାଞ୍ଚି ମୁଖ୍ୟ ରାସ୍ତାର ଓଭରବ୍ରିଜ ନିକଟରେ ଗାଡି ଗୁଡିକର ଯାଞ୍ଚ କରୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଅଟୋଟିକୁ ପୁଲିସ କର୍ମୀ ଯାଞ୍ଚ ପାଇଁ ସଂକେତ ଦେଇଥିଲେ । ସେହି  ସମୟରେ ଅଟୋ ଡ୍ରାଇଭର ଜୋରିମାନାର ଭୟରେ ସାମ୍ନାରେ ଥିବା ଥାନା ଅଧିକାରୀଙ୍କୁ ଧକ୍କା ମାରିଥିଲେ ।