ପୁଣି ଜଣେ ଆଇଏଏସ ଅଫିସର ଆଜି ଚାକିରୀରୁ ଦେଲ ଇସ୍ତଫା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପୁଣି ଜଣେ ଆଇଏଏସ ଅଫିସର ଆଜି ଚାକିରୀରୁ ଇସ୍ତଫା ଦେଇଛନ୍ତି। ଦକ୍ଷିଣ କନଡ ଜିଲ୍ଲାର ଡେପୁଟି କମିଶନର ଏସ. ଶଶିକାନ୍ତ ସେନ୍ଥାଲି ଆଜି ଆଇଏସ୍‌ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତେବେ ୨୦୦୯ ବ୍ୟାଚ୍‌ର କର୍ଣ୍ଣାଟକ କ୍ୟାଡର ଆଇଏଏସ୍‌ ଶଶିକାନ୍ତ ତାଙ୍କ ଇସ୍ତଫା ପତ୍ରରେ ଯାହା ସବୁ ଉଲ୍ଲେଖ କରିଛନ୍ତି, ତାହା ଅଧିକ ଆଲୋଚନାର ବିଷୟ ହୋଇଛି। ସେ କହିଛନ୍ତି , ଆମ ଦେଶରେ ଏବେ ଗଣତନ୍ତ୍ରର ପ୍ରମୁଖ ସ୍ତମ୍ବଗୁଡିକ ଅପ୍ରତ୍ୟାଶିତ ଭାବେ ଭୁଷୁଡିବାରେ ଲାଗିଛି। ଆଗକୁ ଅବସ୍ଥା ମଧ୍ୟ ସାଂଘାତିକ ହେବ। ପୂର୍ବ ଭଳି ରହିବ ନାହିଁ । ଯଦିଓ ଚାକିରୀ ଛାଡିବା ଯଦିଓ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ତଥାପି ଅଧାରୁ ଚାକିରୀ ଛାଡିଥିବାରୁ ଜନସାଧାରଣ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି। କିନ୍ତୁ ଚାକିରୀ ଆଉ ରହିବା ଅନୁକୁଳ ନୁହେଁ ବୋଲି ସେ ଏବେ ମନେ କରୁଛନ୍ତିି। ଆଗାମୀ ଦିନରେ ଦେଶ ଅତ୍ୟନ୍ତ କଷ୍ଟକର ସମୟ ଦେଇ ଗତି କରିବ। ତେଣୁ ଆଇଏଏସ ଚାକିରୀ ବାହାରେ ରହି ହିଁ ସମସ୍ତଙ୍କ ପାଇଁ କାମ କରିବାକୁ ହେବ ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।

ସେହିପରି ଗତ ମାସ ୨୧ ତାରିଖରେ ଦାଦ୍ରାନଗର ହାଭେଲୀର ପ୍ରଶାସକ ଥିବା ଆଇଏଏସ କନନ୍‌ ଗୋପିନାଥନ ମଧ୍ୟ ଏହି ଭଳି ଏକ କାରଣ ଦର୍ଶାଇ ଚାକିରୀରୁ ଇସ୍ତଫା ଦେଇଛନ୍ତି। ଜାମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯିବା ପରେ କର୍ଫୁ ଲାଗିବା ଓ ଲୋକେ ମୌଳିକ ଅଧିକାରୀରୁ ବଂଚିତ ହେଉଥିବା ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି। …ଏହା ପୂର୍ବରୁ ୨୦୦୯ ମସିହାର ଆଇଏଏସ୍‌ ଟପର କାଶ୍ମୀରର ସାହ ଫୈଶାଲ ମଧ୍ୟ କାଶ୍ମୀରବାସୀଙ୍କ ଉପରେ ଜୁଲମର ପ୍ରତିବାଦରେ ଇସ୍ତଫା ଦେଇଛନ୍ତି। ଚଳିତ ବର୍ଷ ଜାନୁଆରୀ ମାସରେ ଆଇଏଏସ ପଦରୁ ଇସ୍ତଫା ଦେବା ପରେ ସାହ ଫୈସାଲ ଏକ ନୂଆ ରାଜନୈତିକ ଦଳ କରି ନେତୃତ୍ୱ ନେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.