ଗୁରୁ ହୋଇବି ଶିଷ୍ୟ ସହ ରଖୁଥିଲେ ଅପ୍ରାକୃତିକ ଯୌନ ସମ୍ବନ୍ଧ

ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ନାଁରେ ଗୁରୁତର ଅଭିଯୋଗ। ତାଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ଏପରି ଅଭିଯୋଗ ଆଣିଛନ୍ତି ତାଙ୍କ ସହଯୋଗୀ। ଅଭିଯୋଗ କରିଛନ୍ତି ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଶାଶ୍ୱତ।    ଏମିତିକୁ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ହାତ ମରିବା ଓ ଆଘାତ ଦେବା ଭଳି  ଭଧ୍ୟ  ସଙ୍ଗୀନ ଅଭିଯୋଗ କରିଛନ୍ତି।  ନାଚ ଶିଖୁଥିବା ସମୟରେ  ଯଦି  କୌଣସି ଭୁଲ ତୃଟି ହୋଇଯାଏ ତେବ ଶାଶ୍ବତ ତାଙ୍କୁ  ଗାଳି  କରିବା ସହ ମାଡ ମାରନ୍ତି। ପରେ  ମିଠା ମିଠା କଥା କହି ରାତିରେ ଶଜ୍ୟା ସାଥୀ ହେବା ପାଇଁ  ବାଧ୍ୟ କରନ୍ତି।  ଏଥିରେ  କିନ୍ତୁ ଛାତ୍ରୀମାନେ ବାଦ ପଡି ନାହାନ୍ତି, ହେଲେ ଭୟରେ କେହି ମୁହଁ ଖୋଲୁନଥିବା କହିଛନ୍ତି ଅଭିଯୋଗକାରୀ ସହଯୋଗୀ ।

 

ଏହି ଘଟଣାଟି ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ନିଜର  ମତ ରଖିଛନ୍ତି ଶାଶ୍ୱତ।   ସେ କହିଛନ୍ତି ଏହି ଘଟଣାଟି  ସମ୍ପୂର୍ଣ୍ଣ ମିଥ୍ୟା। ଗୁରୁ ଶିଷ୍ୟ ପରମ୍ପରା କଣ ସେ ବେଶ୍ ଭଲ ଭାବରେ ବୁଝିଛନ୍ତି ଓ ପାଳନ କରିଛନ୍ତି । ସେଥିପାଇଁ  ଆଜି ଅନେକ ନୂଆ ଛାତ୍ର ଛାତ୍ରୀ ସ୍‌ଷ୍ଟି  କରିପାରିଛନ୍ତି ବୋଲି ଶାଶ୍ବତ କହିଛନ୍ତି। ଏହି ଘଟଣାକୁ ଭିତ୍ତି କରି ଶାଶ୍ବତ ଲିଙ୍ଗରାଜ ଥାନାରେ ୧୧ ଜଣଙ୍କ ବିରୋଧରେ ଏକ କେସ ଦାୟର କରିଛନ୍ତି ।  ଅଭିଯୋଗ କରିଛନ୍ତି ତାଙ୍କର ସାମାଜିକ ଛବି ଓ ପରିବାରକୁ ବଦନାମ ଚେଷ୍ଟା କରାଯାଉଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.