ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାରେ ଅସ୍ୱାଭାବିକ ଶିଶୁ ଜନ୍ମ, ଦେଖିବା ପାଇଁ ଲୋକଙ୍କ ଗହଳି
ଅସ୍ୱାଭାବିକ ଶିଶୁ ଜନ୍ମ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାରେ ଏହି ଶିଶୁଟି ଜନ୍ମ ହୋଇଛି। ଶିଶୁଟିର ପାଟି, ଆଖି ଓ ମୁହଁ ଅସ୍ୱାଭାବିକ ରହିଥିବା ବେଳେ ଶରୀରରେ ବହୁ ଦାଗ ରହିଛି। ଶିଶୁଟି ଜନ୍ମ ହେବା ପରେ ଚିନ୍ତାରେ ଅଛନ୍ତି ଦେବଗଡ଼ ଜିଲ୍ଲାର ଦଂପତ୍ତି । ଏହି ଶିଶୁଟିକୁ ଦେଖିବାକୁ ପ୍ରବଳ ଗହଳି ଲାଗି ରହିଛି । ଏହା ଏକ ପ୍ରକାର ବଂଶାନୁକ୍ରମିକ ରୋଗ ଯାହାର ନାଁ ହାରଲେକ୍ୱିନ୍ ଇଚ୍ଥାୟୋସିସ୍ ରୋଗ ବୋଲି ଡାକ୍ତର କହିଛନ୍ତି। ଶିଶୁଟିର ଅବସ୍ଥା ସୁସ୍ଥ ଥିବା ବେଳେ, ତାକୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।.