Below header

ଦରକାର ଥିଲା ୧୦ ଟଙ୍କା କିନ୍ତୁ ପକେଟରେ ଥିଲା ମାତ୍ର ୩ : ହଠାତ୍‌ ବାଟରେ ମିଳିଗଲା ୪୦ ହଜାର ଟଙ୍କା, ଆଉ ତା’ପରେ

ଆପଣଙ୍କ ସହିତ ନିଶ୍ଚିତ ଭାବେ ଏପରି କିଛି ଘଟଣା ଘଟିଥିବ। ଯେବେ ଆପଣଙ୍କୁ କିଛି ଜିନିଷ ଦରକାର ଥିବ ଆଉ ତାହା ଆପଣଙ୍କୁ ହଠାତ୍‌ ମିଳିଯିବ। ଏପରି ଏକ ଘଟଣା ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କ ସହିତ ଘଟିଛି। ବାଟ ଖର୍ଚ୍ଚ ପାଇଁ ମାତ୍ର ୧୦ ଟଙ୍କା ଦରକାର ଥିବା ବେଳେ ସେହି ବ୍ୟକ୍ତିଙ୍କ ପକେଟରେ ରହିଥିଲା ମାତ୍ର ୩ ଟଙ୍କା। କିନ୍ତୁ ହଠାତ୍‌ ବସଷ୍ଟପ୍‌ରେ ତାଙ୍କ ମିଳିଗଲା ୪୦ ହଜାର ଟଙ୍କା।

dhanji

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ସତାରାରେ ୫୪ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ସଚ୍ଚୋଟତାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଦୀପାବଳି ଦିନ ଧନଜୀ ଜଗଦାଲେ ନାମକ ଜଣେ ବ୍ୟକ୍ତି କୌଣସି କାମରେ ଦହିବାଡୀ ଯାଇଥିଲେ। ଧନଜୀ ଫେରିବା ସମୟରେ ବସ୍‌ ଷ୍ଟପ୍‌ରେ ଏକ ନୋଟ ବଣ୍ଡେଲ ଦେଖିବାକୁ ପାଇଥିଲେ। ସେ ପ୍ରଥମେ ଆଖପାଖ ଲୋକଙ୍କୁ ପଚାରିଥିଲେ, କିନ୍ତୁ କିଛି ସମୟ ପରେ ଜଣେ ବ୍ୟକ୍ତି ଟେନସନରେ କିଛି ଖୋଜୁଥିବାର ଦେଖିବାକୁ ପାଇଥିଲେ। ଧନଜୀ ତାଙ୍କୁ ଯାଇ କ’ଣ ହୋଇଛି ବୋଲି ପଚାରିବାରୁ ସେ କହିଥିଲେ, ତାଙ୍କର ୪୦ ହଜାର ଟଙ୍କା ହଜିଯାଇଛି। ବ୍ୟକ୍ତି ଜଣକ ଟଙ୍କା ତାଙ୍କ ପତ୍ନୀଙ୍କ ସର୍ଜରୀ ପାଇଁ ଯୋଗାଡ କରିଥିଲେ। ତା’ ପରେ ଧନଜୀ ତାଙ୍କୁ ପଇସା ଫେରାଇଥିଲେ। ସେହି ବ୍ୟକ୍ତି ଜଣକ ଖୁସିରେ ଧନଜୀଙ୍କୁ ହଜାର ଟଙ୍କା ପୁରସ୍କାର ଦେଇଥିଲେ। ନିଜ ଗାଁକୁ ଯିବାକୁ ପାଇଁ ଧନଜୀଙ୍କୁ ମାତ୍ର ୧୦ ଟଙ୍କା ଦରକାର ଥିବା ବେଳେ ତାଙ୍କ ପକେଟରେ ୩ ଟଙ୍କା ଥିଲା। ସେଥିପାଇଁ ସେ ମାତ୍ର ୭ ଟଙ୍କା ହିଁ ନେଲେ ଆଉ ବାକି ଟଙ୍କା ଫେରାଇ ଦେଇଥିଲେ।

ଏହାସହ ପଢ଼ନ୍ତୁ ; ବିଷ ବଳୟରେ ରାଜଧାନୀ ଦିଲ୍ଲୀ, ହାରି ଯାଇଛି ବର୍ଷା, କାମ ଦେଉନି ପ୍ରଦୂଷଣ ମାପିବା ମେସିନ୍‌

ସବୁଠାରୁ ଆଶ୍ଚର୍ଯ୍ୟର କଥା ଧନଜୀଙ୍କ ଏହି କାମ ପାଇଁ ସମ୍ମାନିତ କରାଯାଇଛି କିନ୍ତୁ ସମ୍ମାନିତ ହେବା ରାଶିକୁ ମଧ୍ୟ ସେ ନେବା ପାଇଁ ମନା କରିଦେଇଛନ୍ତି। ଏହାକୁ ନେଇ ଧନଜୀ କହିଛନ୍ତି, ‘ କାହା ପଇସା ନେଇ ମୋତେ କେବେ ବି ସନ୍ତୁଷ୍ଟି ମିଳିନାହିଁ। କେବଳ ସମ୍ମାନର ସହିତ ବଞ୍ଚିବା ପାଇଁ ମୁଁ ସମସ୍ତଙ୍କୁ ସଚେତନ କରିବାକୁ ଚାହିଁଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.