Below header

ରାଉରକେଲା ଜେଲ୍‌ରେ ଭୁଲ ଇଞ୍ଜେକ୍ସନ ଯୋଗୁ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

ରାଉରକେଲା: ରାଉରକେଲା ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ଭୁଲ ଇଞ୍ଜେକ୍ସନ ଯୋଗୁ କଏଦୀ ଜୋସେଫ ତିର୍କୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସଙ୍ଗୀନ୍‌ ଅଭିଯୋଗ ଆଣିଛନ୍ତି ମୃତ କଏଦୀ ଜୋସେଫ ତିର୍କୀଙ୍କ ପରିବାର ଲୋକେ। ଗତ ରବିବାର ଜୋସେଫ୍‌ ଜେଲ୍‌ରେ ହତାଠ୍‌ ଅସୁସ୍ଥ ହୋଇପଡିଥିଲେ। ତାଙ୍କର ବାନ୍ତି ହେବା ସହ ଛାତିରେ ଯନ୍ତ୍ରଣା ହୋଇଥିଲା। ଜେଲ୍‌ କର୍ତୁପକ୍ଷ ଚିକିତ୍ସା ପାଇଁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଜୋସେଫ୍‌ ୨୦୧୭ରେ ଏକ ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିଲେ। ତେବେ ଭୁଲ ଇଞ୍ଜେକ୍ସନ ଯୋଗୁ ଜୋସେଫ ତିର୍କୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ରଘୁନାଥପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଜେଲ୍‌ରେ ଥାଇ କଏଦୀଙ୍କ ମୃତ୍ୟୁ ହୋଇଥିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓ ରେକର୍ଡିଂ ସହ ବ୍ୟବଛେଦ ହେବ। ଜୁଡିସିଆରୀ ମାଜିଷ୍ଟ୍ରେଟ୍‌ ମୃତ୍ୟୁ ଘଟଣାର ତଦନ୍ତ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.