ପୌରାଣିକ ଗ୍ରନ୍ଥରେ ଭଗବାନ ବିଷ୍ଣୁଙ୍କ କୂର୍ମ ଅବତାର ବିଷୟରେ ଅନେକ ତଥ୍ୟ ବର୍ଣ୍ଣନା କରାଯାଇଛି। ଯେଉଁଥିରେ ସବୁଠାରୁ ଅଧିକ ମହତ୍ୱ ବିଷ୍ଣୁୁ ପୁରାଣରେ ଉଲ୍ଲେଖ ଅନୁଯାୟୀ ଭଗବାନ ବିଷ୍ଣୁୁ କୂର୍ମ ଅବତାର ଧାରଣ କରି ସମୁଦ୍ର ମନ୍ଥନ ରେ ସାହାଯ୍ୟ କରିଥିଲେ। କୂର୍ମ ଅବତାରକୁ କଚ୍ଛପ ଅବତାର ମଧ୍ୟ କୁହାଯାଇଥାଏ। କଚ୍ଛପ ଅବତାରରେ ଶ୍ରୀ ହରି କ୍ଷୀରସାଗରରେ ସମୁଦ୍ର ମନ୍ଥନ ସମୟରେ ମନ୍ଦରା ପର୍ବତକୁ ନିଜ ଅକ୍ତିଆରେ ରଖିଥିଲେ। ଉଲ୍ଲେଖ ଅନୁଯାୟୀ ଏହି ସମୁଦ୍ର ମନ୍ଥନରେ ଭଗବାନ ବିଷ୍ଣୁ, ମନ୍ଦରା ପର୍ବତ ଏବଂ ବାସୁକି ସାପ ସାହାଯ୍ୟରେ ଦେବତା ଏବଂ ଦାନବମାନେ ଚଉଦ ରତ୍ନ ପାଇଥିଲେ।
ଏହାସହ ପଢନ୍ତୁ: ଜାଣନ୍ତୁ ଭଗବାନ ବିଷ୍ଣୁ କାହିଁକି ଧାରଣ କରିଥିଲେ ମତ୍ସ୍ୟ ଅବତାର
ପୌରାଣିକ କଥା ଅନୁଯାୟୀ ଥରେ ମହର୍ଷି ଦୁର୍ବାସାଦେବତାମାନଙ୍କ ରାଜା ଇନ୍ଦ୍ରଙ୍କୁ ଅଭିଶାପ ଦେଇ ଶ୍ରୀହୀନ କରିଦେଇଥିଲେ। ଇନ୍ଦ୍ର ଯେତେବେଳେ ଭଗବାନ ବିଷ୍ଣୁୁଙ୍କ ପାଖକୁ ଯାଇଥିଲେ ସେତେବେଳେ ସମୁଦ୍ର ମନ୍ଥନ କରିବା ପାଇଁ କହିଥିଲେ। ସେହି ସମୟରେ ହିଁ ଭଗବାନ ଇନ୍ଦ୍ରଙ୍କ କହିବାନୁସାରେ ଭଗବାନ ଭଗବାନ ବିଷ୍ଣୁ ଦୈତ୍ୟ ଏବଂ ଦେବତାଙ୍କ ସହ ମିଶି ସମୁଦ୍ର ମନ୍ଥନ କରିବା ପାଇଁ ପ୍ରସ୍ତୁତି ହୋଇଥିଲେ। ସମୁଦ୍ର ମନ୍ଥନ କରିବା ପାଇଁ ମନ୍ଦରାଚଳ ପର୍ବତକୁ ମଥାନୀ ଏବଂ ନାଗରାଜ ବାସୁକିଙ୍କୁ ଦଉଡି କରାଯାଇଥିଲା। ଦେବତା ଏବଂ ଦାନବମାନେ ନିଜର ମତଭେଦ ଭୁଲି ମନ୍ଦରାଚଳକୁ ଉପାଡି ସମୁଦ୍ର ଭିତରକୁ ନେଇଯାଇଥିଲେ ମଧ୍ୟ ଅଧିକ ଦୂର ପର୍ଯ୍ୟନ୍ତ ନେଇ ପାରିନଥିଲେ। କିନ୍ତୁ ସେହି ସମୟରେ ଭଗବାନ ବିଷ୍ଣୁ ମନ୍ଦରାଚଳକୁ ସମୁଦ୍ର ତଟରେ ରଖିଦେଇଥିଲେ। ଦେବତା ଏବଂ ଦାନବ ମନ୍ଦରାଚଳକୁ ସମୁଦ୍ରରେ ପକାଇ ନାଗରାଜ ବାସୁକି ଙ୍କୁ ଦଉଡି କରିଥିଲେ। କିନ୍ତୁ ମନ୍ଦରାଚଳ ତଳେ କୌଣସି ଆଧାର ନଥିବା କାରଣରୁ ତାହା ସମୁଦ୍ରରେ ବୁଡିବାକୁ ଲାଗିଥିଲା। ଏହାଦେଖିବା ପରେ ଭଗବାନ ବିଷ୍ଣୁ ବିଶାଳ କଇଁଚ ରୂପ ଧାରଣ କରି ସମୁଦ୍ରରେ ମନ୍ଦରାଚଳ ପର୍ବତର ଆଧାର ହୋଇଯାଇଥିଲେ ଏବଂ ଭଗବାନ କୂର୍ମ ନିଜର ବିଶାଳ ପିଠିରେ ମନ୍ଦରାଚଳ ପର୍ବତକୁ ଧାରଣ କରି ଖୁବ୍ ଜୋରରେ ବୁଲିବାକୁ ଲାଗିଥିଲେ।