Below header

ଅସ୍ତ୍ରୋପଚାର ବେଳେ ୭ ବର୍ଷର ପିଲାର ମୃତ୍ୟୁ ପାଇଁ ନିଜକୁ ଦାୟୀ କରି ଡାକ୍ତର କଲେ ଆତ୍ମହତ୍ୟା, କାନ୍ଥରେ ଲେଖିଲେ ‘ସରୀ’

ନୂଆଦିଲ୍ଲୀ : ଅଧିକାଂଶ ସମୟରେ ଡାକ୍ତରଙ୍କ ଭୂଲ୍‌ ଯୋଗୁ ଯଦି ରୋଗୀର ମୃତ୍ୟୁ ହୁଏ ତେବେ ଡାକ୍ତର ଏହାକୁ ଅସ୍ୱୀକାର କରିଥାନ୍ତି । ଏଥିପାଇଁ ବିଭିନ୍ନ ବାହାନାର ଆଶ୍ରୟ ନେଇଥାନ୍ତି । ମାତ୍ର ଏମିତି ଜଣେ ଡାକ୍ତର ଯେ କି ଜଣେ ରୋଗୀର ମୃତ୍ୟୁ ପାଇଁ ନିଜକୁ ଦାୟୀ କରିବା ସହ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ଏଭଳି ଏକ ଅଘଟଣ ଘଟିଛି କେରଳର କୋଲ୍ଲମ ଜିଲ୍ଲାରେ । କୋଲ୍ଲମର ଅର୍ଥୋପେଡିକ ସର୍ଜନ ଡା. ଅନୁପ କୃଷ୍ଣା କିଛି ଦିନ ତଳେ ଜଣେ ୭ ବର୍ଷ ବୟସର ପିଲାର ଅସ୍ତ୍ରୋପଚାର କରିଥିଲେ । ସର୍ଜରୀ ପାଇଁ ପିଲାକୁ ନିସ୍ତେଜକ(ଆନାସ୍ଥେସିଆ) ଦିଆଯାଇଥିଲା ।

keral dr-1

ହେଲେ ଆନାସ୍ଥେସିଆ ଯୋଗୁ ପିଲାଟିର ହାର୍ଟ ଆଟାକ୍‌ରେ ମୃତ୍ୟୁ ହୋଇଗଲା । ପିଲାଟିର ମୃତ୍ୟୁ ପରେ ଡାକ୍ତରଙ୍କ ବିରୋଧରେ ମେଡିକାଲ ବାହାରେ ଆନ୍ଦୋଳନ ଆରମ୍ଭ ହୋଇଗଲା । ସୋସିଆଲ ମିଡିଆରେ ମଧ୍ୟ ଡାକ୍ତରଙ୍କ ବରୋଧରେ ବିଭିନ୍ନ ପୋଷ୍ଟ ହେବାକୁ ଲାଗିଲା ।

ଡାକ୍ତର ଜଣକ ମାନସିକ ଭାରସାମ୍ୟ ହରାଇ ଶେଷରେ ଆତ୍ମହତ୍ୟାକୁ ବାଛି ନେଲେ । ମରିବା ପୂର୍ବରୁ ପିଲାର ମୃତ୍ୟୁ ପାଇଁ ଡାକ୍ତର ନିଜକୁ ଦାୟୀ କରିବା ସହ କାନ୍ଥରେ ‘ସରୀ’ ବୋଲି ଲେଖି ଯାଇଥିଲେ ।

keral dr-2pg

ଡାକ୍ତରଙ୍କ ଅବହେଳା ଯୋଗୁ କୈାଣସି ରୋଗୀର ମୃତ୍ୟୁ ହେଲେ ଅଧିକାଂଶ ସମୟରେ ଡାକ୍ତର ଏହାକୁ ଅସ୍ୱୀକାର କରନ୍ତି । ହେଲେ ଏହି ଡାକ୍ତର ମୃତ୍ୟୁ ପାଇଁ ନିଜକୁ ଦାୟୀ କରି ଆତ୍ମହତ୍ୟା କରିବା ବିଷୟ ସେଠାରେ ଚର୍ଚ୍ଚାର ବିଷୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.