ରାଜସ୍ଥାନ ରୟାଲ୍ସକୁ ୮ ୱିକେଟରେ ହରାଇ କୋହଲିଙ୍କ ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋର ହେଲା ବିଜୟୀ

କେନ୍ୟୁଜ୍(ବ୍ୟୁରୋ): ଆଇପିଏଲର ଆଜି ଦୁଇ ରୟାଲ୍ସଙ୍କ ଭିତରେ ଲଢେଇ ଥିଲା। ଏଥିରେ କୋହଲିଙ୍କ ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋର ୮ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ବିଜୟୀ ହୋଇଛି। ୧୫୫ ରନର ଟାର୍ଗେଟ ନେଇ ଖେଳିଥିଲା ବାଙ୍ଗାଲୋର। ଓପନର ଦେବଦତ୍ତ ପଡ଼ିକାଲ ୬୬ ରନ ଓ ଅଧିନାୟକ କୋହଲି ୭୨ ରନ କରିବା ଯୋଗୁଁ ତାଙ୍କ ଦଳ ୧୯.୧ ଓଭରରେ ୧୫୮ ରନ କରି ବିଜୟ ହାସଲ କରିଥିଲା। ଏହି ମ୍ୟାଚରୁ ମିଳିଥିବା ଦୁଇ ପଏଣ୍ଟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୋହଲି କହିଛନ୍ତି ।
ପ୍ରଥମେ ରାଜସ୍ଥାନ ଟସ୍ ଜିତିବା ପରେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୧୫୪ ରନ ସଂଗ୍ରହ କରିଥିଲା। ଫଳରେ ଜିତିବାକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ ରହିଥିଲା ।