Below header

ସ୍ତ୍ରୀଠାରୁ ମିଳୁ ନ ଥିଲା ସେକ୍ସ ସୁଖ, ୨୧ ବର୍ଷୀୟା ଆଇନ ଛାତ୍ରୀଙ୍କୁ ଦେଖାଇବାକୁ ଚେଷ୍ଟା କରୁଥିଲେ ନିଜ ପ୍ରାଇଭେଟ୍‌ ପାର୍ଟ, ହେଲେ ଏମିତି ଭାବେ ହୋଇଗଲା ଘଟଣାର ପର୍ଦ୍ଦାଫାଶ

୨୧ ବର୍ଷୀୟା ଆଇନ ଛାତ୍ରୀଙ୍କୁ ଅଭଦ୍ର ଆଚରଣ କରିଥିବା ଜଣେ ଅଭିଯୁକ୍ତଙ୍କୁ ଅହମଦାବାଦ ପୋଲିସ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଜଣକ ଜଣେ ଯୁବତୀଙ୍କୁ ନିଜ ପ୍ରାଇଭେଟ୍‌ ପାର୍ଟ ଦେଖାଇବାକୁ ଚେଷ୍ଟା କରୁଥିଲେ। ହେଲେ ଏହି ପୂରା ଘଟଣାକ୍ରମ ସିସିଟିଭିରେ କଏଦ ହୋଇଯାଇଥିଲା। ଏହାପରେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଟୁ-ହ୍ଵିଲର ରେଜିଷ୍ଟ୍ରେଶନ ନମ୍ବର ଜରିଆରେ ଚିରାଗ ଭାଟି ନାମକ ଯୁବକଙ୍କୁ ଧରିଥିଲା।

ତେବେ ଗିରଫଦାରୀ ପରେ ଅଭିଯୁକ୍ତ ଯୁବକ ପୋଲିସକୁ କହିଛନ୍ତି ଯେ ସେ ବିବାହିତ। କିନ୍ତୁ ସ୍ତ୍ରୀଙ୍କଠାରୁ ତାଙ୍କୁ ସେକ୍ସ ସୁଖ ମିଳୁ ନାହିଁ। ତେଣୁ ସେ ଏହାକୁ ନେଇ ସବୁବେଳେ ଚିନ୍ତାରେ ରହୁଥିଲେ। ଏହାରି ଭିତରେ ସେ ଏମିତି କାମ କରିଛନ୍ତି।

ପୋଲିସର କହିବା ଅନୁଯାୟୀ, ଯୁବତୀ ଜଣକ କୌଣସି କାମରେ ବାହାରକୁ ବାହାରୁଥିଲେ। ଏହି ସମୟରେ ଯୁବକ ନିଜ ଗାଡ଼ି ଅଟକାଇ ଏଭଳି ଅଭଦ୍ର ହରକତ କରିଥିଲେ। ଅଭଯୁକ୍ତଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିବା ପୋଲିସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.