ବେଡରୁମ୍‌ରେ ଚାର୍ଜ ବସାଇଥିବା ବେଳେ ଫାଟିଗଲା ଇଲେକ୍ଟ୍ରିକ ସ୍କୁଟର ବ୍ୟାଟେରୀ: ଜଣେ ମୃତ, ୩ ଗୁରୁତର

ଭାରତୀୟ ମାର୍କେଟରେ ଇଲେକ୍ଟ୍ରିକ ଗାଡିର ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି। ଖାସ୍‌ କରି ଇଲେକ୍ଟ୍ରିକ ଟୁହ୍ଵିଲର୍ସ। କିନ୍ତୁ ନିକଟରେ ଘଟୁଥିବା ଘଟଣାକୁ ଦେଖି ଗ୍ରାହକଙ୍କ ମନରେ ଏକପ୍ରକାର ଡର ହୋଇଯାଇଛି। କିଛିଦିନ ତଳେ ଇଲେକ୍ଟ୍ରିକ ସ୍କୁଟିରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି। ଯାହାଦ୍ୱାରା ଲୋକଙ୍କ ଜୀବନ ଚାଲିଯାଇଛି। ଏହା ପୂର୍ବରୁ କିଛିଦିନ ତଳେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ସ୍କୁଟରରେ ନିଆଁ ଲାଗିବା ଯୋଗୁଁ ହୋଇଛି।
ଏବେ ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡାର ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବେଡରୁମରେ ଇଲେକ୍ଟ୍ରିକ ସ୍କୁଟର ବ୍ୟାଟେରୀ ଚାର୍ଜ କରିବା ସମୟରେ ଫାଟିବା ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆଉ ପତ୍ନୀ ଏବଂ ଦୁଇ ପିଲା ଗୁରୁତର ଆହତ ହୋଇଛନ୍ତି।

ମୃତ ଶିବକୁମାର ଗୋଟିଏ ଦିନ ପୂର୍ବରୁ ଇଲେକ୍ଟ୍ରିକ ସ୍କୁଟର କିଣିଥିଲେ। ୨୨ ଏପ୍ରିଲରେ କିଣିଥିବା ଗାଡିର ବ୍ୟାଟେରୀକୁ ନିଜ ଶୋଇବା ରୁମରେ ଚାର୍ଜ କରିଥିଲେ। ଗାଡିର ବ୍ୟାଟେରୀ ଫାଟିବା ଶବ୍ଦ ଶୁଣି ପଡୋଶୀ ଶିବକୁମାରଙ୍କୁ ଘରକୁ ଦଉଡ଼ି ଆସିଥିଲେ। ଏହା ପରେ ପରିବାରକୁ ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଶିବକୁମାରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କର ଦୁଇ ପିଲାଙ୍କ ଶରୀର ପୋଡ଼ିଯାଇଛି। ଏହି ଘଟଣାରେ ପୁଲିସ ସ୍କୁଟର କମ୍ପାନୀ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, ତେଲେଙ୍ଗାନାର ନିଜାମାବଦ ଜିଲ୍ଲାରେ ଜଣଙ୍କ ଘରେ ଇ-ସ୍କୁଟର ଚାର୍ଜ କରାଯାଉଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ଓ ୩ ଜଣ ଆହତ ହୋଇଛନ୍ତି । ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ପ୍ରକାଶ, ବୋହୂ କମଳମ୍ମା ଓ ନାତୁଣୀ କ୍ରିଷ୍ଣାବେଣୀ ଆହତ ହୋଇଛନ୍ତି। ବୃଦ୍ଧଙ୍କୁ ରକ୍ଷା କରିବା ଯାଇ ଏମାନେ ଆହତ ହୋଇଥିବା ଜଣାପଡ଼ିଛି। ଖବର ଅନୁସାରେ, ସ୍କୁଟିଟି ବିସ୍ଫୋରଣ କରିବା ପରେ ସଙ୍ଗେ ସଙ୍ଗେ ଘରସାରା ନିଆଁ ବ୍ୟାପି ଯାଇଥିଲା। ଫଳରେ ବୃଦ୍ଧ ଜଳିଯାଇଥିଲେ।

electric scooter
pic credit; jansatta.com

ଏହାପୂର୍ବରୁ ମହାରାଷ୍ଟ୍ରର ପୁଣେର ଧନୋରୀ ଅଞ୍ଚଳର ଏକ ନାମୀଦାମୀ ସ୍କୁଟରରେ ହଠାତ୍ ନିଆଁ ଲାଗିଥିଲା । ଏହି ଘଟଣାରେ ଇଲେକ୍ଟ୍ରିକ୍ ସ୍କୁଟର ରାସ୍ତାରେ ଜଳିବା ଆରମ୍ଭ କରିଥିଲା ଏବଂ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ସେହିଭଳି ଭିଲ୍ଲୋରେ କିଛିଦିନ ତଳେ ଏକ ଇଲେକ୍ଟ୍ରିକ ସ୍କୁଟର ଚାର୍ଜିଂ ହେବା ସମୟରେ ବ୍ୟାଟେରୀ ଫାଟି ଯାଇଥିଲା। ଏହାଦ୍ୱାରା ଜଣେ ବାପା ଓ ଝିଅର ମୃତ୍ୟୁ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଜଣାପଡିଥିଲା କି ଗାଡିକୁ ଚାର୍ଜ କରିବା ପାଇଁ ଏକ ପୁରୁଣା ବୋର୍ଡରେ ଲଗାଯାଇଥିଲା। ଯାହା ଯୋଗୁଁ ସର୍ଟ ସର୍କିଟ ହୋଇ ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.