‘ସ୍ତ୍ରୀ ମୋତେ ଏତେ ମାରିଥିଲେ ଯେ ରକ୍ତ ବାହାରି ଆସିଥିଲା’; ଏମିତି କହି ପୀଡ଼ିତ ସ୍ୱାମୀ ପ୍ରଧାନମନ୍ତ୍ରୀଙ୍କୁ କଲେ ସାହାଯ୍ୟ ନିବେଦନ, ଟ୍ଵିଟ୍ ଭାଇରାଲ

କର୍ଣ୍ଣାଟକରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେ ପିଏମ୍ଓ ଅଫିସ୍ରେ ଅଭିଯୋଗ କରି ନିଜର ସୁରକ୍ଷା ଦାବି କରିଛନ୍ତି। ବ୍ୟକ୍ତି ଅଭିଯୋଗ କରିଛନ୍ତି କି, ତାଙ୍କ ସ୍ତ୍ରୀ ତାଙ୍କୁ ସବୁଦିନ ପିଟୁଛନ୍ତି ଏବଂ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ମିଳିଥିବା ସୂଚନା ମୁତାବକ, ବେଙ୍ଗାଲୁରୁର ଯଦୁନନ୍ଦନ ଆଚାର୍ଯ୍ୟ ସୋସିଆଲ ମିଡିଆ ଜରିଆରେ ପିଏମ୍ଓକୁ ନିଜର ଅଭିଯୋଗ ପଠାଇଛନ୍ତି।
ବ୍ୟକ୍ତି ଜଣକ ନିଜ ଟ୍ଵିଟ୍ରେ ବେଙ୍ଗାଲୁରୁ ସହରର ପୋଲିସ ଆୟୁକ୍ତ ଏବଂ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁଙ୍କ ହ୍ୟାଣ୍ଡେଲକୁ ବି ଟ୍ୟାଗ୍ କରିଛନ୍ତି। ଟ୍ଵିଟ୍ରେ କୁହାଯାଇଛି, ‘କ’ଣ କିଏ ମୋତେ ସାହାଯ୍ୟ କରିବ? ନା ଘରୋଇ ହିଂସାରେ କେହି ମୋତେ ସାହାଯ୍ୟ କରିଛନ୍ତି? ନା, କାହିଁକି ନା, ମୁଁ ଜଣେ ପୁରୁଷ! ମୋ ସ୍ତ୍ରୀ ମୋତେ ଛୁରୀରେ ଆକ୍ରମଣ କରିଛି, କ’ଣ ଏହା ନାରୀ ଶକ୍ତି, ଯାହାକୁ ଆପଣ ପ୍ରୋତ୍ସାହନ ଦେଉଛନ୍ତି? କ’ଣ ମୁଁ ଏଥିପାଇଁ ଏହା ବିରୋଧରେ ଘରୋଇ ହିଂସାର କେସ୍ ଦେଇ ପାରିବି? ନା’।
ବ୍ୟକ୍ତି ଏହା ମଧ୍ୟ କହିଛନ୍ତି କି, ସ୍ତ୍ରୀଙ୍କ ଦ୍ୱାରା ଛୁରୀରେ କରାଯାଇଥିବା ଆକ୍ରମଣରେ ତାଙ୍କ ହାତରେ ଗଭୀର ଆଘାତ ଲାଗିଛି। ଏଥିରୁ ପ୍ରବଳ ରକ୍ତସ୍ରାବ ହେଉଛି। ଟ୍ଵିଟ୍ ଉପରେ ପ୍ରତିକ୍ରିୟା ଦେଇ ବେଙ୍ଗାଲୁରୁର ପୋଲିସ ଆୟୁକ୍ତ ବ୍ୟକ୍ତିଙ୍କୁ ଥାନାକୁ ଆସିବାକୁ ଏବଂ ତାଙ୍କ ଅଭିଯୋଗର ସମାଧାନ ତଥା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କହିଥିଲେ।
Please share the complete incident details and contact number via DM.
— ಬೆಂಗಳೂರು ನಗರ ಪೊಲೀಸ್ BengaluruCityPolice (@BlrCityPolice) October 29, 2022
ଏହା ଉପରେ ବ୍ୟକ୍ତି ଜଣକ ପାଖାପାଖି ୨ ବର୍ଷର ପୁରୁଣା ମେସେଜ ଦେଖାଇ ବେଙ୍ଗାଲୁରୁ ପୋଲିସକୁ ହିଁ ଟାର୍ଗେଟ କରିଥିଲେ। ସେ ମେସେଜର ସ୍କ୍ରିନ୍ଶର୍ଟ ସେୟାର କରି ପଚାରିଥିଲେ କି, ‘ଦୁଇ ବର୍ଷରୁ ଅଧିକ ସମୟ ହୋଇଗଲାଣି। କ’ଣ ମୁଁ ଏମିତି ସାହାଯ୍ୟର ଆଶା କରିବି’। କହି ରଖୁଛୁ, ସାହାଯ୍ୟ ନିବେଦନ କରିଥିବା ଯଦୁନନ୍ଦନ ଆଚାର୍ଯ୍ୟଙ୍କର ଏହି ଟ୍ଵିଟ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ତାଙ୍କୁ ସମସ୍ତ ବର୍ଗର ଲୋକଙ୍କଠୁ ସମର୍ଥନ ମିଳିଛି।