Below header

୧୬ ବର୍ଷୀୟ ଝିଅକୁ ଦୁଷ୍କର୍ମ କରି ଛାଡିଦେଇଥିଲେ ଦୁଇ ବ୍ୟକ୍ତି, ଏବେ ପୀଡିତାଙ୍କ ଶିଶୁପୁତ୍ରକୁ ବିକିବାକୁ କରୁଛନ୍ତି ଉଦ୍ୟମ

ଦିନକୁ ଦିନ ମଣିଷ ମାନବିକତା ହରାଇଚାଲିଛି। ଆପଣମାନେ ପ୍ରତିଦିନ ଦୁଷ୍କର୍ମ, ନିର୍ଯାତନା, ଅସଦାଚରଣ, ଭଳି ଖବର ଶୁଣୁଥିବେ କିମ୍ବା ଦେଖୁଥିବେ। ଏହା ମଧ୍ୟରେ ଶିଶୁମାନଙ୍କୁ ଦୁଷ୍କର୍ମ ଏବଂ ଅସଦାଚରଣ ମଧ୍ୟ ବଢି ବଢି ଚାଲିଛି। ଏଭଳି ଏକ ଘଟଣା ବିହାର ମୁଜଫରପୁର ଅଞ୍ଚଳରେ ଘଟିଛି। ଯେଉଁଠି ୧୬ ବର୍ଷୀୟ ଜଣେ ଝିଅକୁ ଦୁଷ୍କର୍ମ କରିବା ପରେ ସେହି ଝିଅଟି ଜନ୍ମ କରିଥିବା ଏକ ଶିଶୁପତ୍ରକୁ ବିକିବାକୁ ଉଦ୍ୟମ କରିଛନ୍ତି।

raped

ଘଟଣା ମୁତାବକ, ବିହାରର ମୁଜାଫରପୁର ଅଞ୍ଚଳର ଏକ ୧୬ ବର୍ଷୀୟା ଝିଅକୁ ନେଇ ଦୁଇ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ କରିବା ପରେ ଝିଅଟି ଗର୍ଭବତୀ ହୋଇଥିଲେ। ପୀଡିତା ଗର୍ଭବତୀ ହେବା ପରେ ଏକ ଶିଶୁପତ୍ରକୁ ଜନ୍ମ ଦେଇଥିଲେ। କିନ୍ତୁ ସେହି ଦୁଷ୍କର୍ମକାରୀ ଶିଶୁପୁତ୍ରକୁ ନେଇ ୨୦ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ଯୋଜନା କରିଥିଲେ। ପୀଡିତାଙ୍କ ମା’ ନିଜ ଝିଅ ଏବଂ ସେହି ଶିଶୁପୁତ୍ର ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଯଦି ପୀଡିତା ସେହି ପିଲାକୁ ନ ବିକ୍ରି କରନ୍ତି, ତେବେ ସେମାନଙ୍କୁ ଗାଁରୁ ବାହାର କରିଦିଆଯିବ ବୋଲି ମଧ୍ୟ ଧମକ ଦିଆଯାଇଛି। ଯାହାକୁ ନେଇ ପୀଡିତାଙ୍କ ପରିବାର ଲୋକ ଭୟଭୀତ ଅଛନ୍ତି।

ଏହାସହ ପଢ଼ନ୍ତୁ ; ୨୦୦ ଫୁଟ୍‌ ଉଚ୍ଚ ପାଣିଟାଙ୍କି ଉପରକୁ ଚଢ଼ିଗଲା ଷଣ୍ଢ, ତଳକୁ ଆଣିବା ପାଇଁ ପ୍ରଶାସନକୁ ହେବାକୁ ପଡ଼ିଲା ନାକେଦମ୍‌,…

ସୂଚନାଯୋଗ୍ୟ, ଏହି ଘଟଣା ପାଖାପାଖି ୧୦ ମାସ ତଳେ ଘଟିଥିଲା। ପୀଡିତାଙ୍କ ପରିବାର ପିଲାଟିକୁ ନିଜ ପାଖରେ ରଖିବାକୁ ଚାହୁଁଥିଲେ ମଧ୍ୟ ସ୍ଥାନୀୟ ଲୋକ ଏହାକୁ ପସନ୍ଦ କରୁନାହାନ୍ତି। ସେଥିପାଇଁ ସେମାନେ ନ୍ୟାୟ ଅପେକ୍ଷାରେ ଚାହିଁ ବସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.