୫ଟି ପିଲାର ମାଆ ହେଲା ୧୭ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର, ୪ ଘଣ୍ଟା ଧରି ଚାଲିଲା ନର ପିଶାଚଙ୍କ ନାରକୀୟ କାଣ୍ଡ

ବେଳେ ବେଳେ ସମାଜରେ ଏପରି ନାରକୀୟ କାଣ୍ଡ ଘଟିଯାଏ ଯାହାକୁ ଏକ ସଭ୍ୟ ସମାଜ ପକ୍ଷେ ସହ୍ୟ କରିବା ଅସମ୍ଭବ ହୁଏ । ମଣିଷ ଏଠି ପାଲଟି ଯାଏ ସୈତାନ । ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ, ଆପଣଙ୍କ ରକ୍ତ ଗରମ ହୋଇଯିବ। ଝାଡ଼ଖଣ୍ଡରୁ ପୁଣି ମାନବ ସମାଜକୁ ଲଜ୍ଜିତ କରୁଥିବା ଭଳି ଏକ ଖବର ସାମ୍ନାକୁ ଆସିଛି। ଡୁମକା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଗଛରେ ବାନ୍ଧି ତାଙ୍କରି ସାମ୍ନାରେ ତାଙ୍କ ସ୍ତ୍ରୀଙ୍କୁ ୧୭ ଜଣ ନର ପିଶାଚ ଗଣ ଦୁଷ୍କର୍ମ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁଷ୍କର୍ମର ଶିକାର ହୋଇଥିବା ମହିଳା ହେଉଛନ୍ତି ଜଣେ ୫ ପିଲାଙ୍କ ମା’ ।

ସୂଚନା ଅନୁଯାୟୀ, ପୀଡ଼ିତା ଏବଂ ତାଙ୍କ ସ୍ୱାମୀ ରାତି ପ୍ରାୟ ୮ଟା ବେଳେ ବଜାରରୁ ଘରକୁ ଫେରୁଥିଲେ। ରାସ୍ତାରେ ନିଶାସକ୍ତ ଅବସ୍ଥାରେ ବୁଲୁଥିବା କିଛି ଲୋକଙ୍କ ହାବୁଡ଼ରେ ପଡ଼ିଗଲେ । ସେମାନଙ୍କ ମଧ୍ୟରୁ କିଛି ଲୋକ ପୀଡ଼ିତାଙ୍କ ସ୍ବାମୀଙ୍କୁ ବାନ୍ଧି ଦେବା ସହ ମହିଳାଙ୍କୁ ନିକଟସ୍ଥ ଏକ ଝୁମ୍ପୁଡ଼ିକୁ ନେଇଯାଇଥିଲେ । ଏହା ପରେ ମହିଳାଙ୍କ ସହିତ ଜୋର ଜବରଦସ୍ତ ରାତି ୧୨ ଟା ଯାଏଁ ଦୁଷ୍କର୍ମ କରିଥିଲେ ।

gangraped

ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରି ଦେବାକୁ ଅଭିଯୁକ୍ତିମାନେ ପୀଡ଼ିତାଙ୍କ ସ୍ୱାମୀଙ୍କୁ ଧମକ ଦେଇଥିଲେ । କିନ୍ତୁ ଧମକ ପରେ ମଧ୍ୟ ନ୍ୟାୟ ପାଇବା ଆଶାରେ ପୀଡ଼ିତାଙ୍କ ସ୍ବାମୀ ଏ ନେଇ ପୋଲିସରେ ମାମଲା ରୁଜୁ କରିଛନ୍ତି ।

ତେବେ ଘଟଣା ସମ୍ପର୍କରେ ଥାନାଧିକାରୀ କହିଛନ୍ତି ଯେ, ମାମଲାକୁ ଅତି ଗମ୍ଭୀରତାର ସହିତ ନିଆଯାଇଛି । ସଙ୍ଗେ ସଙ୍ଗେ ଘଟଣାର ତଦନ୍ତ ଆରମ୍ଭ ହେବା ସହିତ ଜଣେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତମାନଙ୍କୁ କାବୁ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ।

ଆପଣଙ୍କୁ ଜଣାଇବକା ଚାହିଁବୁ ଯେ ଏହା ପୂର୍ବରୁ ମଧ୍ୟ ଜଣେ ଯୁବତୀଙ୍କ ସହିତ ୧୭ ଜଣ ନରପିଶାଚ ଗଣ ଦୁଷ୍କର୍ମ କରିଥିଲେ। ଯେଉଁ ମାମଲାରେ ପୋଲିସ ତୁରନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋଷୀଙ୍କୁ ଜେଲରେ ଭର୍ତ୍ତି କରିଥିଲା। ଏବେ ପୁଣି ସମାନ ଘଟଣା ସାମ୍ନାକୁ ଆସିଥିବାରୁ ପୋଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଘଟଣାର ତଦନ୍ତ କରାଯାଉଥିବା ଏବଂ ଖୁବଶୀଘ୍ର ଅଭିଯୁକ୍ତଙ୍କ ଗିରଫ କରାଯିବ ବୋଲି ସୂଚନା ଦେଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.