ମନେପଡ଼ିଯାଏ ଆଜି ସେହି ପିଲାଦିନ କାହାଣୀ, ଅତୀତର ସ୍ମୃତିକୁ ଜୀବିତ କରୁଛି ଗଂଜାମ ଜିଲ୍ଲାର ଏହି ଦୃଶ୍ଯ

ଭଞ୍ଜନଗର: ଜୀବନ ଓ ଜୀବିକା ଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନଚର୍ଯ୍ଯାକୁ ପ୍ରଭାବିତ କରିଛି ମହାମାରୀ କରୋନା । ଜୀବନ , ଜୀବିକାଠାରୁ ଆରମ୍ଭ କରି ପରମ୍ପରା ଯାଏ ସବୁଠି ସୃଷ୍ଟି ହୋଇଛି ସମସ୍ଯା । ସମସ୍ତେ ଉଣା-ଅଧିକେ କ୍ଷତିଗ୍ରସ୍ତ ହୋଇଛନ୍ତି । ବଦଳିଛି ଲାଇଫ୍‌ ଷ୍ଟାଇଲ୍‌ । ଘର ପରିବାର ଲୋକ‌ଙ୍କ ସହ ମିଶିବାର ସମୟ ଦେଇଛି କରୋନା । ୟାଭିତରେ ମନେପଡ଼ିଛି ହଜିଲା ଅତୀତ । ବିଶେଷକରି ଆଧୁନିକ ଢାଞ୍ଚା ଠାରୁ ବହୁ ଦୂରରେ ଥିବା ଗ୍ରାମାଞ୍ଚଳରେ ଏମିତି କିଛି ନିଆରା ଅତୀତକୁ ଦେଖିବାକୁ ମିଳିଛି । ଅତୀତର ସେହି ସାଉଁଟା ସ୍ମୃତିକୁ ନେଇ ଥରେ ନଜର ପକା‌ନ୍ତୁ ଆମର ଏହି ରିପୋର୍ଟ ଉପରେ ।

child gameଏ ହେଉଛି ବର୍ତ୍ତମାନ ସମୟର ଗଂଜାମ ଜିଲ୍ଲାର ଅଧିକାଂଶ ଗ୍ରାମାଞ୍ଚଳର ଦୃଶ୍ଯ । ଏଠାରେ ଏବେ ଦେଖିବାକୁ ମିଳୁଛି , ପିଲାଙ୍କ ଖେଳ-କୁଦ ର ଦୃଶ୍ଯ । ପାସୋରି ଯାଇଥିବା ଗ୍ରାମାଞ୍ଚଳର ପାରମ୍ପରିକ ଖେଳ ସବୁକୁ , ଏବେ ଖେଳୁଛ‌ନ୍ତି ପିଲାମାନେ । କାରଣ ଲକଡାଉନ୍‌ ଓ କରୋନା କଟକଣା ଯୋଗୁଁ ବନ୍ଦ ରହିଛି ବିଭିନ୍ନ ଶିକ୍ଷାନୁଷ୍ଠାନ । ଏହି ସମୟରେ ଘରେ ରହି ପାଠ ପଢ଼ିବା ସହ ଟିଭି ଓ ମୋବାଇଲ ଅବସର ସମୟର ଏକମାତ୍ର ମାଧ୍ୟମ ହୋଇଛି । ହେଲେ ଉପାନ୍ତ ତଥା ଅଧିକାଂଶ ଗ୍ରାମାଞ୍ଚଳର ଯେଉଁ ପିଲାମାନେ ଏସବୁରୁ ବଞ୍ଚିତ, ସେମାନେ ଏବେ ଅତୀତର ଖେଳକୁ ମନେ ପକାଇଛନ୍ତି । କିଏ ପୁଚି ଖେଳୁଛି ତ , କିଏ ଦଉଡ଼ି ଡିଆଁ ଖେଳୁଛି । ଖପରାଡିଆଁ , ବୋହୁଚୋରୀ , ବାଟିଖେଳ ଓ ପୁରୁଣା ଟାୟାର ଗଡ଼ାଇ ଖେଳୁଛି ।

gameଏସବୁ ଖେଳର ସ୍ୱତନ୍ତ୍ରତାକୁ ଉତ୍ସାହର ସହ ଅନୁଭବ କରୁଛନ୍ତି ପିଲାମାନେ । ଅନ୍ଯପକ୍ଷରେ ଗାଁ ଖେଳପଡିଆରେ ପିଲାଙ୍କ ଏସବୁ ଖେଳକୁ ଦେଖି , ପିଲାଦିନର ହଜିଲା ଅତୀତକୁ ମନେପକାଉଛନ୍ତି ଗାଁ ର ବୟସ୍କମାନେ । ଅତୀତ ଓ ବର୍ତ୍ତମାନର ପିଲାଙ୍କ ଖେଳ ଭିତରେ ରହିଥିବା ପାର୍ଥକ୍ଯକୁ ପ୍ରାୟତଃ ସମସ୍ତେ ଅନୁଭବ କରୁଥିବେ । ଏବେକାର ଖେଳରେ ସଫଳତା , ଆଗକୁ ବଢ଼ିବାର ପ୍ରୟାସ ଓ ବାଜି ଜିତିବାର ପ୍ରତିଯୋଗିତାମୂଳକ ମନୋଭାବ ଭିତରେ ସୀମିତ ରହୁଥିବା ବେଳେ , ଅତୀତର ପାରମ୍ପରିକ ଖେଳ ସାରାଜୀବନ ବନ୍ଧୁତ୍ୱର ସଂପର୍କକୁ ମଜବୁତ କରି ରଖୁଥିଲା । ଯାହା ଆଜିବି ଅନେକ ଲୋକ ପିଲାଦିନର ସେସବୁ ଖେଳକୁ ମନେ ପକାଇଥାନ୍ତି ।

childrenଏବେ କରୋନା ମହାମାରୀ ମଣିଷ ସଭ୍ଯତା ର ଅନେକ କ୍ଷତି ଘଟାଇଛି । ଦୁର୍ବିଷହ କରିଦେଇଛି ଜୀବନ ଓ ଜୀବିକା । ସତର୍କ ରହିବାକୁ ଚତୁର ମଣିଷକୁ ଚେତାଇ ଦେଇଛି । ସବୁପରେ ବି ଅତୀତକୁ ମନେ ପକାଇବାକୁ ବାଧ୍ୟ କରିଛି । ଏଇ ଯେମିତି ହଜିଯାଇଥିବା ଏସବୁ ଖେଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.