Below header

ଜଳେଶ୍ବର: ବାଇକକୁ ଧକ୍କା ଦେଲା ଡମ୍ଫର, ଚାଲିଗଲା ଦୁଇଜଣଙ୍କ ଜୀବନ

ଜଳେଶ୍ବର(କେନ୍ୟୁଜ୍): ବାଇକକୁ ଧକ୍କା ଦେଲା ଡମ୍ଫର। ଘଟଣା  ସ୍ଥଳରେ ଦୁଇ ୨ମୃତ। ୫୭ ନମ୍ବର ରାଜ୍ଯ ରାଜପଥ କମର୍ଦା ଥାନା ଅନ୍ତର୍ଗତ ସାତଶୁଳିଆ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

bike accident

କିନ୍ତୁ ଡାକ୍ତର ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଦୁଇ ମୃତକ ଜଳେଶ୍ବର ଥାନା ଅଧୀନସ୍ଥ ବାଣିଦା ଅଞ୍ଚଳର ବୋଲି ସୂଚନା ମିଳିଛି । ମୃତକଙ୍କୁ କ୍ଷତିପୂରଣ ଦାବି କରି ଜଳେଶ୍ବର-ଚନ୍ଦନେଶ୍ୱର ମୁଖ୍ୟ ରାସ୍ତା ଟାୟାର ଜାଳି ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି । ତେବେ ଘଟଣା ସ୍ଥଳରେ କମର୍ଦା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.