ନୟାଗଡର ପରୀ ପରେ ଏବେ ଯାଜପୁରର ପିହୁକୁ ନେଇ ତେଜୁଛି ରାଜନୀତି, ଆରୋପ ପ୍ରତ୍ୟାରୋପ ଭିତରେ ଗଡିଚାଲିଛି ଦିନ

ଯାଜପୁର ଟାଉନ : ନୟାଗଡ ଜି‌ଲ୍ଲାର ପରୀ ପରେ ଏବେ ଯାଜପୁରର ପିହୁ। ଆ‌ଜ୍ଞା ହଁ ଦର୍ଶକବନ୍ଧୁ ନୟାଗଡ ଜିଲ୍ଲାର ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ଝଡ ଥମିବାର ନାଁ ନେଉନଥିବା ବେଳେ ଯାଜପୁର ଜିଲ୍ଲା ବିଂଝାରପୁର ମଧୁସୁଦନପୁର ଗାଁରୁ ଗୋଟେ ୨ ବର୍ଷର ଶିଶୁ କନ୍ୟା ୪ ମାସ ହେଲା ନିଖୋଜ ହୋଇଯାଇଥଥିବା ଖବର ଏବେ ଚର୍ଚ୍ଚାକୁ ‌ଦ୍ୱିଗୁଣିତ କରିଛି । ନିଜ ମାମୁଁ ଘରକୁ ଆସିଥିବା ଏହି ଶିଶୁ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ କେହି ଅଜଣା ବ୍ୟକ୍ତି ବାଇକ୍ ଯୋଗେ ଉଠାଇନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏପରିକି ଜଣେ ଅଜଣା ବ୍ୟକ୍ତି ଶିଶୁଟିକୁ ବାଇକ ଯୋଗେ ନେଇଥିବା ପରିବାର ଲୋକେ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ଅପରାଧୀଙ୍କୁ ଧରିବାରେ ବିଫଳ ହୋଇଛି ।

ଅନ୍ୟପଟେ ପରିବାର ଲୋକଙ୍କ କହିବା କଥା ପିହୁକୁ କେହି ଜଣେ ବାଇକରେ ନେଇ ଯାଉଥିବା କେତେ ଜଣ ଦେଖିଛନ୍ତି । ଏ ସଂପର୍କରେ ପୋଲିସକୁ ଜଣାଯାଇଥିଲେ ମଧ୍ୟ ପୋଲିସ କୌଣସି ଠୋସ ପଦକ୍ଷେପ ନେଇନାହିଁ । ପିହୁ ଏବେ କେଉଁଠି ଓ କେଉଁ ଅବସ୍ଥାରେ ଥିବ ତାକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି ପରିବାର ଲୋକେ । ସେପଟେ ଏହି ନିଖୋଜ ଘଟଣାରେ ହସ୍ତକ୍ଷେପ କରିଛି ଜିଲା ଶିଶୁ ସୁରକ୍ଷା ୟୁନିଟ୍ । ଜିଲା ଶିଶୁ ସୁରକ୍ଷା ଅଧିକାରୀ ପିହୁଙ୍କ ପରିବାରକୁ ଭେଟି ଘଟଣା ସଂପର୍କରେ ପଚାରି ବୁଝିଛନ୍ତି । ଏ ନେଇ ଘଟଣାର ଛାନଭିନ୍ କରି ତୁରନ୍ତ ପିହୁକୁ ଉଦ୍ଧାର କରିବା ପାଇଁ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯାଜପୁର ଏସପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଯାଜପୁର ଏସପି ମଧ୍ୟ ବିଂଝାରପୁର ଥାନାରେ ପହଂଚି ପିହୁ ନିଖୋଜ ଘଟଣାର ତଦନ୍ତ ସ୍ଥିତି ସଂପର୍କରେ ଅନୁଧ୍ୟାନ କରିଛନ୍ତି । ଅଭିଯୋଗ ମିଳିବା ପରେ ଘଟଣାର ତଦନ୍ତ ଜାରି ରହିଛି ଏବଂ ଖୁବ ଶିଘ୍ର ଏ ନେଇ ସୂଚନା ଦିଆଯିବ ବୋଲି ଯାଜପୁର ଏସଡିପିଓ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଶିଶୁ କନ୍ୟା ପିହୁ ନିଖୋଜ ଘଟଣାରେ କଂଗ୍ରେସର ଏକ ପ୍ରତିନିଧି ଦଳ ପିହୁଙ୍କ ପରିବାର ବର୍ଗକୁ ଭେଟିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହିତ ପିହୁକୁ ଉଦ୍ଧାର କରିବା ଦାବୀରେ କଂଗ୍ରେସର ପ୍ରତିନିଧି ଦଳ ଯାଜପୁର ଏସପିଙ୍କୁ ଭେଟି ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛି ।

ତେବେ ସମାଜରେ ଏଭଳି ଘଟଣା ଜନସାଧାରଣ‌ଙ୍କୁ ବ‌୍ଯତିବ‌୍ଯ‌ସ୍ତ କରିଥିବାବେଳେ, ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ପିହୁକୁ ଉଦ୍ଧାର କରିବାକୁ ବାଦି ଜୋର ଧରିଛି । ଅପରପକ୍ଷେ ପିହୁକୁ ଉଦ୍ଧାର କରିବାରେ ଯଦି ବିଳମ୍ବ ହୁଏ ତେବେ, ପରିବାର ଲୋକେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.