ଲାଲକିଲ୍ଲାରୁ ବିଧାନସଭାକୁ ଲମ୍ବିଛି ଗୁପ୍ତସୁଡ଼ଙ୍ଗ !

ବିଧାନସଭାକୁ ଲାଲକିଲ୍ଲା ସହ ସଂଯୋଗ କରୁଛି ଗୁପ୍ତ ସୁଡ଼ଙ୍ଗ । ଦିଲ୍ଲୀ ବିଧାନସଭା ଭିତରେ ଗୁରୁବାର ସୁଡ଼ଙ୍ଗ ଭଳି ଏକ ରହସ୍ୟମୟ ଗର୍ତ୍ତର ସନ୍ଧାନ ମିଳିଛି । ବିଧାନସଭା ଅଧ୍ୟକ୍ଷ ରାମ ନିବାସ ଗୋୟଲଙ୍କ ଅନୁଯାୟୀ ଏହି ସୁଡ଼ଙ୍ଗ ବିଧାନସଭାକୁ ଲାଲ କିଲ୍ଲା ସହ ଯୋଡୁଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛିଯେ ବ୍ରିଟିଶ ଶାସନ ସମୟରେ ଉତ୍ତ୍ୟକ୍ତ ଜନତାଙ୍କ ଠାରୁ ବଂଚିବା ପାଇଁ ବ୍ରିଟିଶ ସେନା ଏହି ସୁଡ଼ଙ୍ଗ ଦେଇ ହିଁ ଯିବାଆସିବା କରୁଥିଲେ । ବିଧାନସଭା ଅଧ୍ୟକ୍ଷ ଶ୍ରୀ ଗୋୟଲଙ୍କ ଅନୁଯାୟୀ ଯେବେ ସେ ୧୯୯୩ ମସିହାରେ ପ୍ରଥମ ଥର ପାଇଁ ବିଧାନସଭା ସଭ୍ୟ ହୋଇଥିଲେ ସେସମୟରେ ଏକ ଗୁପ୍ତ ସୁଡ଼ଙ୍ଗ ନେଇ ଅନେକ କଥା ଉଠିଥିଲା । ସେ ସମୟରେ ସେ ଗୃହର ଇତିହାସର ଖୋଳତାଡ କରିଥିଲେ ସୁଦ୍ଧା କୌଣସି ସନ୍ଧାନ ପାଇପାରି ନଥିଲେ । ଶ୍ରୀ ଗୋୟଲ ଏହା ମଧ୍ୟ କହିଛନ୍ତିକି ଏବେ ସୁଡ଼ଙ୍ଗର ମୁହଁ ମିଳିଥିଲେ ସୁଦ୍ଧା ଆମେ ଏହାକୁ ଆଉ ଖୋଳତାଡ଼ କରିବୁ ନାହିଁ । କାରଣ ମେଟ୍ରୋ ନିର୍ମାଣ କାରଣରୁ ସୁଡ଼ଙ୍ଗର ପ୍ରାୟ ରାସ୍ତା ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଯାଇଛି ।

delhi tunnel
pic credit: aj tak

କହିରଖିବା ଉଚିତ ହେବକି ବର୍ତ୍ତମାନ ସମୟରେ ଯେଉଁଠି ବିଧାନସଭା ଗୃହ ଚାଲିଛି ୧୯୧୨ ରେ କୋଲକାତାରୁ ଦିଲ୍ଲୀକୁ ରାଜଧାନୀ ସ୍ଥାନାନ୍ତରିତ ହେବା ପରେ କେନ୍ଦ୍ରୀୟ ବିଧାନସଭା ଭାବରେ ବ୍ୟବହାର କରାଯାଉ ଥିଲା । କିନ୍ତୁ ପରେ ୧୯୨୬ରେ ଏହାକୁ ଏକ ଅଦାଲତରେ ପରିଣତ କରାଯାଇଥିଲା । ବ୍ରିଟିଶ ସେନାନୀ ଅଦାଲତକୁ ଆସିବା ପାଇଁ ଏହି ସୁଡ଼ଙ୍ଗର ବ୍ୟବହାର କରିଆସୁଥିଲେ । ଚଳିତ ବର୍ଷ ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ ବିଧାନସଭାର ବିଭିନ୍ନ କୋଠରୀ ଗୁଡିକର ନିରିକ୍ଷଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପାଇଁ ଏକ ମନ୍ଦିର ସ୍ଥାପନ କରି ଶ୍ରଦ୍ଧାଞ୍ଜଳି ଦେବାକୁ ସ୍ଥିର ହୋଇଥିଲା । ଆଉ ଏହି ସମୟରେ ହିଁ ସୁଡ଼ଙ୍ଗର ସନ୍ଧାନ ମିଳିଥିବା ଜଣାଯାଇଛି | ଆସନ୍ତା ସ୍ୱାଧୀନତା ଦିବସ ମଧ୍ୟରେ ଏଠାରେ ପର୍ଯ୍ୟଟକଙ୍କ ପାଇଁ ଏକ ସ୍ୱତନ୍ତ୍ର ଗୃହ ସ୍ଥାପନ କରାଯିବ । ସେନେଇ କାମ ମଧ୍ୟ ଆରମ୍ଭ ହୋଇଯାଇଛି । ଭାରତର ସ୍ୱାଧୀନତା ଇତିହାସକୁ ଦେଖିଲେ ଏହି ସ୍ଥାନର ଅନେକ ମହତ୍ତ୍ୱ ଅଛି ବୋଲି ଶ୍ରୀ ଗୋୟଲ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.