Below header

ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାର କରିବା ପାଇଁ ଏବେ ୟୁଜରଙ୍କୁ ଦେବାକୁ ପଡ଼ିବ ଏହି ସୂଚନା, ନଦେଲେ ଚଲାଇପାରିବେନି ଆପ୍‌

ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାର କରିବାକୁ ହେଲେ ଏବେ ୟୁଜର୍ସଙ୍କୁ ଦେବାକୁ ପଡ଼ିବ ଜନ୍ମ ତାରିଖ। ଯଦି ଆପଣଙ୍କ ପାଖରେ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଅଛି, ତେବେ ଏହି ଆପ୍‌ରେ ଆପଣଙ୍କୁ ନିଜ ଜନ୍ମ ତାରିଖ ସେୟାର କରିବାକୁ ପଡ଼ିବ। ନଚେତ୍‌ ଆପଣ ଆଉ ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାର କରିପାରିବେ ନାହିଁ। ଇନ୍‌ଷ୍ଟାଗ୍ରାମ୍‌ ଖୋଲିବା ବେଳେ ୟୁଜର୍ସଙ୍କୁ ଏହି ଅପ୍‌ସନ୍‌ ଦେଖାଇବ। ପ୍ରଥମେ ପ୍ରଥମେ ତ ଆପଣ ଏହାକୁ ଅଣଦେଖା କରିପାରିବେ। କିନ୍ତୁ ପରେ ଏହି ଡାଟା ଦେବାକୁ ବାଧ୍ୟ ହେବେ।

ଜନ୍ମ ତାରିଖ ଏଣ୍ଟର କରିବା ଦ୍ୱାରା ଇନ୍‌ଷ୍ଟାଗ୍ରାମ୍‌ ଜାଣିପାରିବ ଯେ ଆପଣଙ୍କ ବୟସ କେତେ। ଏହା ଦ୍ୱାରା କେଉଁ କଣ୍ଟେଣ୍ଟ ଆପଣଙ୍କୁ ଦେଖାଇବା ଉଚିତ ସେ ନେଇ ଇନ୍‌ଷ୍ଟାଗ୍ରାମ୍‌ ନିଷ୍ପତ୍ତି ନେଇପାରିବ। ଜନ୍ମ ତାରିଖ ଜାଣିବା ପରେ ଇନ୍‌ଷ୍ଟାଗ୍ରାମ୍‌ ପିଲାମାନଙ୍କୁ ଆଉ ଆଡଲ୍ଟ କଣ୍ଟେଣ୍ଟ ଦେଖାଇବ ନାହିଁ। ବୟସ ଅନୁସାରେ ୟୁଜର୍ସ କଣ୍ଟେଣ୍ଟ ଦେଖିପାରିବେ ବୋଲି ଇନ୍‌ଷ୍ଟାଗ୍ରାମ୍‌ର ୟୁଥ୍‌ ପ୍ରଡକ୍ଟର ବିପି ପାବନୀ ଦିବାନଜୀ କହିଛନ୍ତି।

ପାବନୀ କହିଛନ୍ତି, ୟୁଜର୍ସ ଆମକୁ ଯେଉଁ ସୂଚନା ଦେବେ ତା’ ସାହାଯ୍ୟରେ ଆମେ ଆମ ପ୍ଲାଟଫର୍ମକୁ ଆହୁରି ସୁରକ୍ଷିତ କରିପାରିବୁ। ଇନ୍‌ଷ୍ଟାଗ୍ରାମ୍‌ ଠିକ୍‌ ବୟସର ଲୋକଙ୍କୁ ଠିକ୍‌ କଣ୍ଟେଣ୍ଟ ଦେଖାଇବ। ତେବେ ଏବେ ବି ଇନ୍‌ଷ୍ଟାଗ୍ରାମ୍‌ରେ କିଛି ୟୁଜର ନିଜ ବୟସ ଲୁଚାଉଥିବା ଜଣାଯାଇଛି। ସେଭଳି ୟୁଜର୍ସଙ୍କୁ ରୋକିବା ଇନ୍‌ଷ୍ଟାଗ୍ରାମ୍‌ ଏହି ନୂଆ ଫିଚର ଲଞ୍ଚ୍‌ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.