ଜଙ୍ଗଲ ଭିତରେ ଭାଲୁ ସହ ସାମ୍ନାସାମ୍ନି, ସାଇକ୍ଲିଙ୍ଗ୍‌ ବେଳେ ମାଡ଼ି ଆସିଲା ଭାଲୁ; ଆଉ ତା’ ପରେ…

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି କି, ଜଙ୍ଗଲ ଭିତରେ ସାଇକ୍ଲିଙ୍ଗ୍‌ କରୁଥିବା ଜଣେ ଯୁବକ ଭାଲୁ ହାବୁଡ଼ରେ ପଡ଼ି ଯାଉଛନ୍ତି। ଭାଲୁଟି ତାଙ୍କ ସାମ୍ନାରେ ଆସି ଛିଡ଼ା ହୋଇ ଯାଉଛି। ୪୯ ସେକେଣ୍ଡର ଏହି ଭିଡିଓକୁ Viral Hog ନାମକ ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଲୋକେ ଏହି ଭିଡିଓ ଉପରେ ଖୁବ୍‌ ପ୍ରତିକ୍ରିୟା ଦେଉଛନ୍ତି।

ଭାଇରାଲ ଭିଡିଓରେ ଦେଖାଯାଉଛି କି, ଜଙ୍ଗଲ ଅଞ୍ଚଳରେ ଜଣେ ଯୁବକ ସାଇକ୍ଲିଙ୍ଗ୍‌ କରୁଛନ୍ତି। ଏହାକୁ ରେକର୍ଡ କରିବା ପାଇଁ ସେ ଏକ କ୍ୟାମେରା ମଧ୍ୟ ଲଗାଇଛନ୍ତି। ସାଇକ୍ଲିଙ୍ଗ୍‌ କରି ଯୁବକ ଜଣକ ଯେମିତି ହିଁ ଟିକେ ଆଗକୁ ଯାଇଛନ୍ତି, ତ ଏକ ବଡ଼ ଭାଲୁ ଆସି ତାଙ୍କ ସାମ୍ନାରେ ଛିଡ଼ା ହୋଇଯାଉଛି। ଯୁବକ ନିଜ ଜୀବନ ବଞ୍ଚାଇବା ପାଇଁ ତୁରନ୍ତ ସାଇକେଲରୁ ଓହ୍ଲାଇ ପଡ଼ୁଛନ୍ତି ଏବଂ ପଛୁଆ ପଛୁଆ ସେଠାରୁ ଖସିବାକୁ ଚେଷ୍ଟା କରୁଛନ୍ତି।

ଭିଡିଓରେ ନଜର ଆସୁଛି କି, ଯୁବକ ଯେମିତି ଯେମିତି ପଛକୁ ହଟୁଛନ୍ତି, ସେମିତି ଭାଲୁ ବି ତାଙ୍କ ଆଡ଼କୁ ଯାଉଛି। ଏହି ସମୟରେ ସେ ଜୋର୍‌ରେ ଚିଲ୍ଲାଇ ଭାଲୁକୁ ଭଗେଇବାକୁ ଚେଷ୍ଟା କରୁଛନ୍ତି। ଏହା ସତ୍ତ୍ୱେ ଭାଲୁ ନ ହଟିବାରୁ ଯୁବକ ତାଙ୍କ ସାଇକେଲ ଉଠାଇ ତାକୁ ଡରେଇବାକୁ ଚେଷ୍ଟା କରୁଛନ୍ତି। ଏହାପରେ ଭାଲୁଟି ସେଠାରୁ ପଳାଉଛି। ଯଦିଓ ଏହାରି ଭିତରେ ସେ କ୍ୟାମେରାକୁ କ୍ଷତି ପହଞ୍ଚାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.