କେରଳରେ ଗର୍ଭିଣୀ ହାତୀକୁ ବାଣ ଖୁଆଇ ମାରିବା ଘଟଣା, ବର୍ବରକାଣ୍ଡ ଘଟାଇଥିବା ଦୋଷୀଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

କେରଳ: କେରଳରେ ଗର୍ଭିଣୀ ହାତୀକୁ ହତ୍ୟା ଘଟଣାରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏପରି ବର୍ବରକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବନ୍ୟ ଜନ୍ତୁ ସୁରକ୍ଷା ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ କହିଛନ୍ତି, ଘଟଣାର ଯାଞ୍ଚ କରାଯାଉଛି । ଏପରି ବର୍ବରକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ । ଦୃଢ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ଜଙ୍ଗଲ ମନ୍ତ୍ରୀ ମଧ୍ୟ ଆଶ୍ୱାସନା ଦେଇଛନ୍ତି ।

ଘଟଣାର ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି କେନ୍ଦ୍ର ପରିବେଶ ମନ୍ତ୍ରାଳୟ ମଧ୍ୟ ଘଟଣାକୁ ଗମ୍ଭୀରତାର ସହ ନେଇଛି । ଘଟଣାର ରିପୋର୍ଟ ମାଗିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ।

elephant diedସୂଚନା ଅନୁଯାୟୀ ଗତ ସପ୍ତାହରେ ଖାଦ୍ୟ ସନ୍ଧାନରେ ମଲ୍ଲାପୁରମ୍‌ ଜିଲ୍ଲା ଆଡ଼କୁ ଚାଲିଆସିଥିଲା ଏକ ଗର୍ଭିଣୀ ହାତୀ। ତାକୁ ଯିଏ ଯାହା ଖାଇବାକୁ ଦେଉଥିଲା ସେ ତାକୁ ଖୁବ୍‌ ଖୁସିରେ ଖାଇଦେଉଥିଲା। କିନ୍ତୁ ସେ ଜାଣିନଥିଲା ଯେ ତା’ ସହ ଏକ ବଡ଼ ଧୋକା ହେବାକୁ ଯାଉଛି। ଏଠାରେ କିଛି ଲୋକ ସପୁରୀ ଭିତରେ ବାଣ ଲୁଚାଇ ହାତୀକୁ ଖାଇବାକୁ ଦେଇଥିଲେ। ସେ ଫଳ ଖାଇବାକୁ ଚେଷ୍ଟା କରିବା ବେଳେ ବାଣଟି ତା’ ମୁହଁରେ ହିଁ ଫୁଟିଯାଇଥିଲା। ଅସହ୍ୟ ଯନ୍ତ୍ରଣାରେ ନୀରୀହ ହାତୀଟି ଏଣେତେଣେ ଧାଇଁବାକୁ ଲାଗିଥିଲା। ବିସ୍ଫୋରଣ ଯୋଗୁ ତା’ ମୁହଁରେ ଗଭୀର ଆଘାତ ଲାଗିଥିଲା। ସମ୍ପୂର୍ଣ୍ଣ ଅଞ୍ଚଳରେ ରକ୍ତ ବିଛାଡ଼ି ହୋଇପଡ଼ିଥିଲା। ଯନ୍ତ୍ରଣାରେ ଛଟପଟ ହୋଇ ହାତୀଟି ଜଙ୍ଗଲ ଆଡ଼କୁ ଦୌଡ଼ି ପଳାଇଥିଲା। ଏତେ ଯନ୍ତ୍ରଣା ପରେ ବି ସେ କୌଣସି ଲୋକର କି ଘରର କିଛି କ୍ଷତି କରିନଥିଲା। ଯନ୍ତ୍ରଣା ଲାଘବ ପାଇଁ ସେ ଏକ ନଦୀ ଭିତରକୁ ପଶିଯାଇଥିଲା। ମାତ୍ର ଭଗବାନ ବୋଧେ ତା’ କଷ୍ଟ ସହିପାରିଲେନି। ସେଥିପାଇଁ ତାକୁ ନିଜ ପାଖକୁ ନେଇଗଲେ। ହାତୀ ସହ ତା’ ଗର୍ଭରେ ବି ଥିବା ନିଷ୍ପାପ ଛୁଆଟି ବି ଦୁନିଆ ଦେଖିବା ପୂର୍ବରୁ ହିଁ ଆଖିବୁଜିଦେଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.