କେରଳ ହାଇକୋର୍ଟଙ୍କ ରାୟ : ଶ୍ୱଶୁରଙ୍କ ସମ୍ପତ୍ତି ଉପରେ ଜ୍ୱାଇଁର ଅଧିକାର ନାହିଁ

ତିରୁଅନନ୍ତପୁରମ୍‌ : ଶ୍ୱଶୁରଙ୍କ ସମ୍ପତ୍ତି ଉପରେ ଜ୍ୱାଇଁର ଆଇନଗତ ଅଧିକାର ନାହିଁ। ଏମିତିକି ଶ୍ୱଶୁର ଘର ନିର୍ମାଣରେ ଯଦି ବି ସେ ଟଙ୍କା ଖର୍ଚ୍ଚ କରିଥିବେ ତଥାପି ସେଥିରେ ନିଜ ହକ୍‌ ଜାହିର କରି ପାରିବେ ନାହିଁ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଦେଇଛନ୍ତି କେରଳ ହାଇକୋର୍ଟ।

ଜଷ୍ଟିସ ଏନ ଅନିଲ କୁମାର ଏଭଳି ଏକ ବିବାଦୀୟ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି କି ଯେତେବେଳେ ଶ୍ୱଶୁରଙ୍କ ଅକ୍ତିଆରରେ ସମ୍ପତ୍ତି ଅଛି, ତାଙ୍କ ଝିଅକୁ ବିବାହ କରି ସେହି ଘରେ ରହୁଥିଲେ ମଧ୍ୟ ଜ୍ୱାଇଁ ସେହି ପରିବାରର ପୋଷ୍ୟ ସଦସ୍ୟ ବୋଲି ଦାବି କରି ପାରିବେ ନାହିଁ। ପରିବାରର ବ୍ୟାଖ୍ୟା କରିବାକୁ ଯାଇ ହାଇକୋର୍ଟ କହିଛନ୍ତି କି ସଂପୃକ୍ତ ବ୍ୟକ୍ତିଙ୍କର ପରିବାର କହିଲେ ତାଙ୍କ ପତ୍ନୀ ଓ ଝିଅକୁ ବୁଝାଉଛି। ତାଙ୍କ ଝିଅକୁ ବିବାହ କରିଥିବା ବ୍ୟକ୍ତି ବା ଜ୍ୱାଇଁ ନିଜକୁ ଏହି ପରିବାରର ପୋଷ୍ୟ ସଦସ୍ୟ ବୋଲି ଦର୍ଶାଇବା ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ। ଏଭଳି କରିବା ଜ୍ୱାଇଁ ପାଇଁ ଲଜ୍ଜାଜନକ ବୋଲି କେରଳ ହାଇକୋର୍ଟ ଅଭିହିତ କରିଛନ୍ତି।

ସେହି ନିର୍ଦ୍ଦିଷ୍ଟ ସମ୍ପତ୍ତି ଓ ବିଲ୍ଡିଂର ଟ୍ୟାକ୍ସ ଶ୍ୱଶୁର ଦେଉଥିବା ବେଳେ ସେହି ବିଲ୍ଡିଂରେ ରହୁଛନ୍ତି। ଏଭଳି ସ୍ଥିତିରେ ତାଙ୍କ ସମ୍ପତ୍ତି ଉପରେ ତାଙ୍କ ଜ୍ବାଇଁଙ୍କର ଆଇନଗତ ଅଧିକାର ନଥିବା କେରଳ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.