UAE ରେ ଭାରତୀୟ ଜିତିଲେ ୨୦ କୋଟି ଟଙ୍କାର ଲଟେରୀ, ନେବା ପାଇଁ ଆସିଲେ ନାହିଁ, ଜାଣନ୍ତୁ କାରଣ

ଆବୁଧାବି : ପ୍ରତି ଥର ପରି ଏଥର ବି ରେ ଜଣେ ଭାରତୀୟ କୋଟି କୋଟି ଟଙ୍କାର ଲଟେରୀ ଜିତିଛନ୍ତି । ଅଜିବ କଥା ହେଲା ଲେଟେରୀ ଅର୍ଥ ନେବାକୁ ସେ ଆସୁନାହାଁନ୍ତି । ତାଙ୍କ ଫୋନ ଲାଗୁନଥିବାରୁ ଲଟେରୀ ଆୟୋଜକ ତାଙ୍କ ସହ ଯୋଗାଯୋଗ ମଧ୍ୟ କରିପାରୁ ନାହାଁନ୍ତି ।

ପ୍ରତି ମାସରେ ଆୟୋଜନ ହେଉଥିବା ବିଗ୍‌ ଟିକଟ ଆବୁ ଧାବି ସିରିଜ ର ୨୩୨ ତମ ଡ୍ର ରେ ଭାରତୀୟ ନାଗରିକ ନହିଲ ନିଜାମୁଦ୍ଦିନ ୧୦ ମିଲିୟନ୍‌ ଧିରାମ ବା ପ୍ରାୟ ୨୦ କୋଟିରୁ ଅଧିକ ଟଙ୍କା ବମ୍ଫର ପ୍ରାଇଜ ଜିତିଛନ୍ତି । ଏହି ଡ଼୍ର ର ଆୟୋଜନ ରବିବାର ହୋଇଥିଲା । ଯେଉଁଥିରେ ନହୀଲ ୨୬ ସେପ୍ଟେମ୍ବରରେ ଲଟେରୀ ଟିକେଟ କିଣିଥିଲେ । ଏହାର ନମ୍ବର 278109 ଥିଲା ।

କେରଳରେ ରହୁଥିବା ନହୀଲଙ୍କ ଦୁଇଟି ନମ୍ବରରେ କୌଣସି ଯୋଗାଯୋଗ ହୋଇ ପାରୁନାହିଁ । ତାଙ୍କ ମୋବାଇଲ ନମ୍ବରରେ ଫୋନ୍‌ କଲେ ଇଂରାଜୀ ଓ ମାଲାୟଲମ ରେ ଇନକମିଂ କଲ୍‌ ର ସୁବିଧା ନାହିଁ ବୋଲି ଜଣାପଡ଼ୁଛି । ଅନ୍ୟ ନମ୍ବରରେ ଫୋନ କଲେ ଏହା ପହଞ୍ଚ ବାହାରେ ବୋଲି କହୁଛି । ତେବେ ଲଗାତାର ସମ୍ପର୍କ କରିବାକୁ ଚେଷ୍ଟା ଚାଲିଛି ବୋଲି ଆୟୋଜକ କହିଛନ୍ତି ।

ସେହିପରି ଅନ୍ୟ ପୁରସ୍କାର ସାଉଦ ଆରବରେ ରହୁଥିବା ପ୍ରବାସୀ ଭାରତୀୟ ଏଞ୍ଜିଲୋ ଫର୍ଣ୍ଣାଡିଜ୍‌ ଜିତିଛନ୍ତି । ସେ ମଧ୍ୟ ୨୫ ସେପ୍ଟେମ୍ବରରେ ଟିକେଟ କିଣିଥିଲେ । ତାଙ୍କ ଟିକେଟ ନମ୍ବର 000176 ଥିଲା ।
ଏହାପୂର୍ବରୁ ଦୁବାଇରେ ରହୁଥିବା ଜଣେ ଭାରତୀୟ ମହୋଜ ମଧ୍ୟ ଲଟେରୀରେ ଜିତି କୋଟିପତି ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.