Below header

ଏହି ମନ୍ଦିରରେ ଭଗବାନଙ୍କୁ ଫୁଲ ବଦଳରେ ଅର୍ପଣ କରାଯାଇଥାଏ ଜିଅନ୍ତା କଙ୍କଡା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଏହି ଦୁନିଆରେ ଅନେକ ପ୍ରକାର ଆଶ୍ଚର୍ଯ୍ୟକର କଥା ଦେଖିବାକୁ ମିଳିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣଙ୍କ ହୋସ ଉଡିଯାଇପାରେ । ଏହି ମନ୍ଦିରଟି ସୁରଟରେ ଅବସ୍ଥିତ । ରଘୁନାଥ ମହାଦେବ ମନ୍ଦିର ନାମରେ ପ୍ରସିଦ୍ଧ ଏହି ମନ୍ଦିରରେ ଭଗବାନଙ୍କ ଠାରେ ଫୁଲହାର ବଦଳରେ ଜୀବିତ କଙ୍କଡ଼ା ଚଢାଯାଇଥାଏ । ତେବେ ଏହି ମନ୍ଦିରକୁ ଅଧିକାଂଶ ସେହି ଲୋକମାନେ ଆସିଥାନ୍ତି ଯେଉଁମାନେ ପ୍ରାୟତଃ ଶାରୀରିକ ରୂପେ କୌଣସି ନା କୌଣସି ରୋଗରେ ପୀଡିତ ହୋଇଥାନ୍ତି ।

Image result for a-temple-in-surat-where-crabs-are-offered-to-lord-shiva

ଏଠାକୁ ଅଧିକ ସେହି ଲୋକମାନେ ଆସିଥାନ୍ତି ଯେଉଁ ମାନଙ୍କର କାନ ସହ ଜଡିତ କିଛି ରୋଗ ହୋଇଥାଏ ଏବଂ କୁହାଯାଏ ଯେ ନିଜ ମନସ୍କାମନା ପୁରଣ ହୋଇଗଲା ପରେ ଲୋକମାନେ ଏଠାରେ ଭଗବାନଙ୍କୁ ଜୀବିତ କଙ୍କଡା ଅର୍ପଣ କରିଥାନ୍ତି । ବୋଧହୁଏ ଦେଶର ଏହା ପ୍ରଥମ ମନ୍ଦିର ହେବ ଯେଉଁଠି ଭଗବାନଙ୍କୁ ଫୁଲ ଓ ପ୍ରସାଦ ବଦଳରେ ଜୀବିତ କଙ୍କଡା ଦିଆଯାଇଥାଏ ।

Image result for a-temple-in-surat-where-crabs-are-offered-to-lord-shiva

ଏପରି କରିବାର କାରଣ

କୁହାଯାଏ ରାମ ବନବାସ ସମୟରେ ଏହି ସ୍ଥାନରେ ଶିବଙ୍କର ଉପାସନା କରିଥିଲେ । ତା ବ୍ୟତୀତ ପୂର୍ବକାଳରେ ଯେତେବେଳେ ମନ୍ଦିର ସ୍ଥାନରେ ସେଠାରେ ସମୁଦ୍ର ଥିଲା ସେହି ସମୟରୁ ସେଠାରେ କଙ୍କଡା ଚଢ଼ାଇବାର ପରମ୍ପରା ରହିଛି । ସୂଚନା ଅନୁଯାୟୀ ଏହି ମନ୍ଦିର ନିକଟରେ ଏକ ଶ୍ମଶାନ ଘାଟ ମଧ୍ୟ ରହିଛି । ଯେଉଁଠି ଲୋକମାନେ ଆତ୍ମାଶାନ୍ତି କରିବା ପାଇଁ ପୂଜାପାଠ କରିଥାନ୍ତି ଏବଂ ମୃତ ଲୋକମାନଙ୍କୁ ତାଙ୍କ ମନ ପସନ୍ଦର ଜିନିଷ ଅର୍ପଣ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.