Below header

‘ଅମିତାଭ ବଚ୍ଚନ ମୋତେ ଜୀବନରୁ ମାରିଦେବାକୁ ଚାହୁଁଛନ୍ତି’, ଏମିତି କହିଥିଲେ ଜଣେ ସୁପରଷ୍ଟାର ନାୟିକା

ବୋଧହୁଏ ‘ଜଂଜିର’ ଫିଲ୍ମ ସୁପର ହିଟ୍‌ ହେବା ପରେ ବଲିଉଡ୍‌ରେ ଏମିତି କୌଣସି ନାୟିକା ନଥିଲେ ଯିଏକି ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିବାକୁ ଚାହିଁ ନଥିଲେ । ସମସ୍ତ ଆଗଧାଡ଼ିର ନାୟିକା ତାଙ୍କ ସହ ଫିଲ୍ମ କରିବାକୁ ଚାହିଁ ବସୁଥିଲେ । ସେ ରେଖା ହୁଅନ୍ତୁ କି ହେମାମାଳିନୀ ଜିନତ ଅମାନ ହୁଅନ୍ତୁ କି ରାକ୍ଷୀସମସ୍ତେ ଅମିତାଭଙ୍କ ସହ ଅଭିନୟ କରିଛନ୍ତି । ଯଦିଓ ରେଖାଙ୍କ ସହ ଅମିତାଭଙ୍କ ଯୋଡ଼ିକୁ ଦର୍ଶକମାନେ ସବୁଠାରୁ ଅଧିକ ପସନ୍ଦ କରିଥିଲେ । ତଥାପି ଜିନତ ଅମାନ, ହେମାମାଳିନୀ ପ୍ରମୁଖଙ୍କ ସହ ମଧ୍ୟ ଅମିତାଭଙ୍କ ଫିଲ୍ମ ସୁପରହିଟ୍‌ ହୋଇଛି । ତେବେ ଏମାନଙ୍କ ବ୍ୟତୀତ ଆଉଜଣେ ହିରୋଇନ୍‌ ଏହି ମେଗାଷ୍ଟାରଙ୍କ ସହ ବେଶ୍‌ କିଛି ସୁପରହିଟ୍‌ ଫିଲ୍ମ ଦେଇଛନ୍ତି । ସେ ହେଉଛନ୍ତି ପରବିନ ବବି ।

PARBIN-2ନିଜ ସମୟର ଜଣେ ସୁପର ଷ୍ଟାର ହିରୋଇନ୍‌ ଥିଲେ ପରବିନ୍‌ । ଜଣେ ବିନ୍ଦାସ ପ୍ରକୃତିର ଏବଂ ଗ୍ଲାମରସ୍‌ ହିରୋଇନ୍‌ ଥିଲେ । ତାଙ୍କ ଅଭିନୟରୁ ମଧ୍ୟ ସେକଥା ସ୍ପଷ୍ଟ ହେଉଥିଲା । ହେଲେ ବ୍ୟକ୍ତିଗତ ଜୀବନ ତାଙ୍କର ଖୁବ୍‌ ବିବାଦୀୟ ଥିଲା । ଅମିତାଭଙ୍କ ସହ ମଜବୁର, ଶାନ୍‌, ଦୋ ଔର ଦୋ ପାଞ୍ଚ, ମହାନ୍‌, ଅମର ଆକବର ଆନ୍ଥୋନୀ, ଖୁଦ୍ଦାର, କାଲିଆ, ଦିଓ୍ଵାର ଆଦି ଫିଲ୍ମରେ ସେ ଅଭିନୟ କରିଥିଲେ । ତେବେ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଚରିତ୍ର’ । କ୍ରିକେଟ୍‌ ଖେଳାଳି ସଲିମ ଦୁରାନି ଥିଲେ ପରବିନଙ୍କ ହିରୋ । ଏହି ଫିଲ୍ମ କିନ୍ତୁ ସୁପର ଫ୍ଲପ୍‌ ହେଲା । ଅବଶ୍ୟ ଜଣେ ନାୟିକା ଭାବେ ପରବିନ ବବି ବଲିଉଡ୍‌ରେ ଜାଗା ପାଇଗଲେ । ଏହି ସମୟରେ ପ୍ରଥମେ ଖଳନାୟକ ଡ୍ୟାନ୍‌ୀଙ୍କ ସହ ପ୍ରେମ ଏବଂ ପରେ ବିଚ୍ଛେଦ । ପୁଣି ହ୍ୟାଣ୍ଡସମ୍‌ କବୀର ବେଦୀଙ୍କ ସହ ପ୍ରେମ ହେଲା । କବୀରଙ୍କ ସହ ବ୍ରେକ୍‌ଅପ୍‌ ପରେ ପୂରା ଏକା ହୋଇଯାଇଥିଲେ ପରବିନ ବବି । ଏହି ସମୟରେ ବିବାହିତ ମହେଶ ଭଟ୍ଟ ବନିଗଲେ ତାଙ୍କର ପ୍ରେମିକ ଏବଂ ଦୁହେଁ ରହିଲେ ଲିଭ୍‌ଇନ୍‌ ସମ୍ପର୍କରେ । ଅନେକ ବର୍ଷ ସମ୍ପର୍କ ରହିଲା । ହେଲେ ଶେଷରେ ଏ ସମ୍ପର୍କ ମଧ୍ୟ ତୁଟିଗଲା । ଅଧିକ ଦିନ ରହିଲା ନାହିଁ । ସେ ମାନସିକ ରୋଗର ଶିକାର ହେଲେ ।

PARBIN-3

୧୯୮୩ରେ ଅଚାନକ ବଲିଉଡ୍‌ ଛାଡ଼ି ଚାଲିଗଲେ । ଜଣେ ଇଣ୍ଟରିୟର ଡିଜାଇନର ଭାବେ ବିଦେଶରେ କାମ କଲେ । ହେଲେ ତାଙ୍କୁ ଶାନ୍ତି ମିଳିଲା ନାହିଁ । ସେ ପୁଣି ଭାରତ ଫେରି ଆସିଲେ । ଆଉ ଅଚାନକ ମେଗାଷ୍ଟାର ଅମିତାଭଙ୍କ ନାଁରେ ଅନେକ ଅଭିଯୋଗ ଆଣିଲେ । ଏମିତିକି କେସ୍‌ ମଧ୍ୟ କଲେ । ଅମିତାଭ ତାଙ୍କୁ ମାରିବାକୁ ଚାହୁଁଛନ୍ତି । ତାଙ୍କ ପଛରେ ଗୁଣ୍ଡା ଲଗାଇଛନ୍ତି ଏବଂ ବୋମା ବି ଲଗାଇଛନ୍ତି ବୋଲି କହୁଥିଲେ । ସବୁବେଳେ ତାଙ୍କ ମନ ଭିତରେ ଭୟ ରହୁଥିଲା ଯେ ତାଙ୍କୁ କିଏ ମାରିଦେବ । ଏମିତିକି ସେ ଘରେ ଏକା ରହିବା ବେଳେ ହାତରେ ଛୁରୀ ଧରି ବୁଲୁଥିଲେ । ତାଙ୍କୁ ଲାଗୁଥିଲା, ଅଚାନକ କେହି ଜଣେ ଆସି ତାଙ୍କୁ ଆକ୍ରମଣ କରିବ ।

PARBIN-5
ଏସବୁ ଅତି ପାଖରୁ ଦେଖିଥିଲେ ମହେଶ ଭଟ୍ଟ । ତାଙ୍କର ଚିକିତ୍ସା ମଧ୍ୟ କରାଇଥିଲେ । ହେଲେ ଶରୀର ରୋଗକୁ ସିନା ଔଷଧ ଦେଇ ଅବା ଅପରେସନ୍‌ କରି ଭଲ କରିହେବ । ହେଲେ ମାନସିକ ରୋଗକୁ ପରା ଔଷଧ ନାହିଁ । ତେଣୁ ଏକାପଣ, ନିଜ ପସନ୍ଦର ପୁରୁଷ ବନ୍ଧୁ ନପାଇବା ଏବଂ ନିଜକୁ ନିଜେ ସନ୍ତୁଷ୍ଟ କରି ନପାରିବାର ଅସନ୍ତୋଷ ତାଙ୍କୁ ଶେଷରେ ସମ୍ପୂର୍ଣ୍ଣ ଭାବେ ରୋଗୀ କରିଦେଲା ।

PARBIN-6

ଟାଇମ୍‌ ମାଗାଜିନ୍‌ କଭର ପେଜ୍‌ରେ ପ୍ରଥମ ବଲିଉଡ୍‌ ହିରୋଇନ୍‌ ଭାବେ ତାଙ୍କ ଫଟୋ ପ୍ରକାଶ ପାଇଥିଲା ଏହି ବିଉଟି କୁଇନ୍‌ଙ୍କର । ସଫଳତାର ଶୀର୍ଷରେ ପହଞ୍ଚିଥିଲେ । ହେଲେ ନିଜକୁ ଉଚିତ ବାଟରେ ନେଇ ପାରିଲେ ନାହିଁ କିମ୍ବା ବିବାହ ବନ୍ଧନରେ ବାନ୍ଧି ହୋଇ ପାରିଲେ ନାହିଁ । ଜୀବନର ଶେଷ ଭାଗରେ ସମ୍ପୂର୍ଣ୍ଣ ନିଃସଙ୍ଗ ଜୀବନ ବିତାଉଥିଲେ । ୧୯୪୯ରେ ଜନ୍ମ ନେଇଥିବା ପରବିନ ବବିଙ୍କର ୨୦୦୫ରେ ମୃତ୍ୟୁ ହେଲା । ତାଙ୍କ ମୃତ୍ୟୁ କଥା କେହି ବି ଜାଣି ପାରିଲେ ନାହିଁ । ପାଖ ପଡ଼ୋଶୀ ପୋଲିସ୍‌କୁ ଖବର ଦେଲେ ଓ କବାଟ ଭାଙ୍ଗି ତାଙ୍କ ମୃତଦେହ ଉଦଦ୍ଧାର କଲା ପୋଲିସ୍‌ ।

PARBIN-7

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.