Below header

ବାଙ୍କୀ: ମଦୁଆ ଯୁବକମାନଙ୍କ ଉନ୍ମତ୍ତକାଣ୍ଡ , ମଦ ପିଇ ମହିଳାଙ୍କୁ କରୁଥିଲେ ଦୁର୍ବ୍ୟବହାର, ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ

ସାବାଡ୍‌ ହେଲେ ମଦୁଆ । ରାସ୍ତାରେ ମଦ ପିଇ ଉତ୍ପାତ ହେବାରୁ ଗୋଡ଼ାଇ ଗୋଡ଼ାଇ ପିଟିଛି ପୋଲିସ । ଯାହାର ଚିତ୍ର ଏବେ ଭାଇରାଲ୍‌ ହେବାରେ ଲାଗିଛି । ବାଙ୍କୀ ଥାନା ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀ ଅଂଶୁପାରେ ଦେଖିବାକୁ ମିଳିଛି ଏଭଳି ଘଟଣା । କିଛି ଯୁବକ ଅଂଶୁପାକୁ ଭୋଜି କରିବାକୁ ଆସି ମଦ ପିଇ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହାପରେ ସାର୍ଟ ଖୋଲି ରାସ୍ତାରେ ହଙ୍ଗାମା କରିଥିଲେ । ଖବର ପାଇ ବାଙ୍କୀ ଥାନା ଅଧିନସ୍ତ ସୁବର୍ଣ୍ଣପୁର ପୋଲିସ ପହଞ୍ଚି ମାତାଲ ଯୁବକଙ୍କୁ ଗୋଡ଼ାଇ ପିଟିବା ସହ ସାବାଡ଼ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.