କେବଳ ଘରେ ନୁହେଁ ଏବେ ଅଫିସ୍‌ରେ ବି ଆଇପିଏସ୍‌ ସ୍ତ୍ରୀଙ୍କ ନିର୍ଦ୍ଦେଶ ମାନିବେ ସ୍ୱାମୀ

ପୁରୁଷ ଯେତେ ଉଚ୍ଚପଦସ୍ଥ କର୍ମଚାରୀ ହେଲେ ମଧ୍ୟ ଘରେ ସବୁବେଳେ ସ୍ତ୍ରୀ ହିଁ ତାଙ୍କ ବସ୍‌ ହୋଇଥାନ୍ତି। କିନ୍ତୁ ଯଦି ପତ୍ନୀ ଅଫିସ୍‌ରେ ମଧ୍ୟ ତାଙ୍କ ବସ୍‌ ହୋଇଯାଆନ୍ତି ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅବସ୍ଥା କ’ଣ ହେବ କେବେ ଭାବିଛନ୍ତି। ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ନୋଏଡା ପୋଲିସ ବିଭାଗରେ। ନୋଏଡା ପୋଲିସ ବିଭାଗରେ ଏକ ଆଇପିଏସ୍‌ ଯୋଡ଼ି ଚର୍ଚ୍ଚାରେ ଅଛନ୍ତି।

ips 2

ଏହି ଯୋଡ଼ି ପିଲାବେଳର ସାଙ୍ଗ ଥିଲେ। ଦୁହେଁ ଏକାଠି ଗୋଟିଏ ସ୍କୁଲରେ ପଢ଼ା ଶେଷ କରିଥିଲେ ଓ ପରେ ପରସ୍ପରକୁ ଭଲ ପାଇ ବସିଥିଲେ। କିନ୍ତୁ ପ୍ରେମ ତାଙ୍କ କ୍ୟାରିୟରକୁ ପ୍ରଭାବିତ କରିପାରିନଥିଲା। ଉଭୟେ ନିଜ ଜିଦ୍‌ ପୂରଣ କରିବାକୁ କଠିନ ପରିଶ୍ରମ କରି ଶେଷରେ ଆପିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। କୃତକାର୍ଯ୍ୟ ହେବା ପରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

आईपीएस अंकुर अग्रवाल

ଏବେ ଉଭୟ ପତିପତ୍ନୀ ଅଙ୍କୁର ଅଗ୍ରଓ୍ଵାଲ ଓ ବୃନ୍ଦା ଶୁକ୍ଳା ଏକାଠି ନୋଏଡ଼ାରେ କାମ କରୁଛନ୍ତି। ସବୁଠାରୁ ମଜା କଥା ହେଉଛି ଅଫିସ୍‌ରେ ବୃନ୍ଦା ଅଙ୍କୁରଙ୍କ ବସ୍‌ ଭାବେ କାମ କରୁଛନ୍ତି। ବୃନ୍ଦାଙ୍କୁ ଗୌତମବୁଦ୍ଧ ନଗରର ଡିସିପି ଅର୍ଥାତ୍‌ ପୋଲିସ ଉପାୟୁକ୍ତ ପଦରେ ନିଯୁକ୍ତି ପାଇଛନ୍ତି। ସେଠାରେ ସେ ଡିସିପି ମହିଳା ସୁରକ୍ଷା ପଦରେ କାମ କରୁଛନ୍ତି। ସେହିପରି ତାଙ୍କ ସ୍ୱାମୀ ଅଙ୍କୁର ନୋଏଡାର ଏସ୍‌ପି ସିଟି ଭାବେ ନିଯୁକ୍ତ ହୋଇଛନ୍ତି। ନୂତନ ନିୟମ ଅନୁସାରେ ଏବେ ଅଙ୍କୁରଙ୍କୁ ବୃନ୍ଦାଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପଡ଼ିବ।

आईपीएस वृंदा शुक्ला

ସୂଚନାଯୋଗ୍ୟ ଯେ, ଉଭୟ ଅଙ୍କୁର ଓ ବୃନ୍ଦା ଏକାଠି ଅମ୍ବାଲାର ଯୀଶଶ ଏଣ୍ଡ ମେରୀ ସ୍କୁଲରେ ମାଟ୍ରିକ ପାସ୍‌ କରିଥିଲେ। ଅଙ୍କୁର ଇଲେକ୍ଟ୍ରୋନିକ ଇଞ୍ଜିନିୟରିଂ ପଢ଼ିବା ପାଇଁ ରାଜସ୍ଥାନ ଚାଲିଯାଇଥିବା ବେଳେ ବୃନ୍ଦା ଅର୍ଥଶାସ୍ତ୍ର ଅଧ୍ୟୟନ ପାଇଁ ଆମେରିକା ଯାଇଥିଲେ। ପଢ଼ା ସାରି ଅଙ୍କୁର ବାଙ୍ଗାଲୋରରେ ଚାକିରି କରିଥିଲେ। ମାତ୍ର ପରେ ସେ ବି ଆମେରିକା ଚାଲିଯାଇଥିଲେ। ସେଠାରେ ଉଭୟେ ମିଶି ସିଭିଲ ସର୍ଭିସ୍‌ ପାଇଁ ପ୍ରସ୍ତୁତ ହେଲେ। ୨୦୧୪ ମସିହାରେ ବୃନ୍ଦା ଦ୍ୱିତୀୟ ପ୍ରୟାସରେ ସିଭିଲ ସର୍ଭିସ୍‌ ପରୀକ୍ଷା ପାସ୍‌ କରିଥିବା ବେଳେ ୨୦୧୬ରେ ପ୍ରଥମ ପ୍ରୟାସରେ ଅଙ୍କୁର ଆଇପିଏସ୍‌ ବନିଯାଇଥିଲେ। ବୃନ୍ଦାଙ୍କୁ ନାଗାଲାଣ୍ଡ ଓ ଅଙ୍କୁରଙ୍କୁ ବିହାର କ୍ୟାଡର ମିଳିଥିଲା।

Image result for Ips Couple Vrinda Shukla Ankur Agrawal

ଚାକିରି ପାଇବା ପରେ ଉଭୟେ ଗତ ଫେବ୍ରୁଆରୀ ୯ ତାରିଖରେ ବିବାହ କରିଥିଲେ। ଏବେ ଏହି ଦମ୍ପତି ନୋଏଡ଼ାରେ ଚାକିରି କରୁଛନ୍ତି। ତେବେ ପ୍ରଥମ ଥର ପାଇଁ କୌଣସି ଆଇପିଏସ୍‌ ଦମ୍ପତି ଏକାଠି ଗୋଟିଏ ଜିଲ୍ଲାରେ କାମ କରୁଥିବା ଦେଖାଯାଇଛି।

Leave A Reply

Your email address will not be published.