ରୁଷ ଟିକା ସ୍ପୁଟନିକ-ଭି ନିଅ ଓ ୨୪ଦିନ ମସ୍କୋ ଭ୍ରମଣରେ ଯାଅ, ଜାଣନ୍ତୁ କିଏ ଦେଉଛି ଏପରି ଅଫର

କେନ୍ୟୁଜ୍(ବ୍ୟୁରୋ):  ଟିକା ପାଇଁ ମସ୍କୋ ଭ୍ରମଣ । ଭାରତରେ ବଢିଲା ଟୁରିଜିମ ଭାକସିନ କ୍ରେଜ। ଦିଲ୍ଲୀର ଏକ ଟ୍ରାଭେଲ ଏଜେନ୍‌ସି ଭାକ୍‌ସିନ ଟୁରିଜିମ୍‌ରେ ୨୪ଦିନ ଟୁର ପ୍ୟାକେଜ ଅଫର ଆରମ୍ଭ କରିିଛି। ଭାରତ ଓ ମସ୍କୋ ମଧ୍ୟରେ ଭାକ୍‌ସିନ ଟୁରିଜିମ୍‌ ବାବଦରେ ଜଣପିଛା ପ୍ରାୟ ଏକ ଲକ୍ଷ ୩୦ହଜାର ଟଙ୍କା ଖର୍ଚ୍ଚ ହେବ। ରୁଷ ଟିକା ସ୍ପୁଟନିକ-ଭିର ଦୁଇଟି ଡୋଜ ମଧ୍ୟରେ ମସ୍କୋ ଭ୍ରମଣର କରାଯିବ। ମସ୍କୋ ପହଞ୍ଚିବାର ଦିନକ ପରେ ସ୍ପୁଟନିକ-ଭି ଟିକାର ପ୍ରଥମ ଜୋଡ ଦିଆଯିବ। ଦେଶରେ ବିଦେଶ ଭ୍ରମଣର କ୍ରେଜ ବୃଦ୍ଧି ପାଇଥିବା ବେଳେ ମସ୍କୋ ପ୍ରଥମ ପସନ୍ଦ ରହିଛି।

ଇଚ୍ଛୁକ ବ୍ୟକ୍ତିମାନେ ବୁକିଂ କରି ରୁଷରେ ଟିକା ନେବେ। ସ୍ପୁଟନିକ-ଭିର ଦୁଇଟି ଟିକା ମଧ୍ୟରେ ବ୍ୟବଧାନ ୨୧ଦିନ ରହିଥିବା ବେଳେ ଏହି ସମୟ ମଧ୍ୟରେ ରୁଷର ବହୁ ଦର୍ଶନୀୟ ସ୍ଥାନ ବୁଲାଇବାର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକ ରୁଷରେ ସାତଦିନ ରହିବାର ଥିଲେ, ତାଙ୍କୁ ସେଠାରେ ଟିକା ଦିଆଯିବ। ଏଥିପାଇଁ ପ୍ରଥମେ ପଞ୍ଜିକରଣ କରିବାର ଆବଶ୍ୟକତା ରହିଛି। ଟ୍ରଭେଲ ଏଜେନ୍‌ସି ପକ୍ଷରୁ ପଞ୍ଜିକରଣ କରାଯିବ ବୋଲି କୁହାଯାଇଛି। ଟୁରିଜିମ ଭାକ୍‌ସିନର ପ୍ରଥମ ବ୍ୟାଚ ଦିଲ୍ଲୀରୁ ମେ ୧୫ରୁ ମସ୍କୋ ଗସ୍ତ କରିଥିବା ବେଳେ ଏଥିରେ ୩୦ଜଣ ପର୍ଯ୍ୟଟକ ରହିଛନ୍ତି। ଏମାନେ ମୁଖ୍ୟତଃ ଗୁରୁଗ୍ରାମ ଅଞ୍ଚଳର ଡାକ୍ତର ବୋଲି ଜଣାପଡ଼ିଛି । .

Leave A Reply

Your email address will not be published.