ସ୍ବାମୀଙ୍କୁ ବ୍ୟାଙ୍କରେ ଡିପୋଜିଟ କରିଦେଲେ ସ୍ତ୍ରୀ, ପୂରା ଘଟଣା ଜଣିଲେ ହସି ହସି ବେଦମ ହୋଇଯିବେ

ବ୍ୟାଙ୍କରେ  ଟଙ୍କା ବାନ୍ଧିବା ବେଳେ ଆପଣମାନେ ଦେଖିଥିବେ ଅନେକ ଲୋକ ଯେଉଁ ଟଙ୍କାକୁ ଡିପୋଜିଟ କରନ୍ତି ତାର ଇଂରାଜୀ ଶଦ୍ଧକୁ ଭୁଲ ଭାବରେ ଲେଖିଥାନ୍ତି। ଯେମିତିକି ହଜାର ଟଙ୍କା ଓ ଶହେ ଟଙ୍କାର ଇଂରାଜୀ ଶଦ୍ଧର ସ୍ପେଲିଂ ଭୁଲ ଭାବରେ ଲେଖିବା ଏମିତିକି ସଂଖ୍ୟା ଅନୁସାରେ ଇଂରାଜୀ  ଶଦ୍ଧକୁ ମଧ୍ୟ ଭୁଲରେ ଲେଖିଥାନ୍ତି। ଏଭଳି ଏକ ଭୁଲ ଡିପୋଜିଟ ସ୍ଲିପ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆନ୍ଧ୍ର ପ୍ରଦେଶର ଚିମାକୁର୍ଥି ଅଞ୍ଚଳରେ ପି.ଶୁଶିଳା ନାମକ ଜଣେ ମହିଳା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ନିଜ ସ୍ବାମୀ ସହିତ ୫ଶହ ଟଙ୍କାକୁ ଡିପୋଜିଟ କରିଛନ୍ତି।

husband deposit

ବାସ୍ତବରେ ସେ ତାଙ୍କ ସ୍ବାମୀଙ୍କୁ ନୁହେଁ ବରଂ ୧୫ଶହ ଟଙ୍କା ଡିପୋଜିଟ କରିଛନ୍ତି। ହେଲେ ଏକ  ହଜାର ଟଙ୍କାକୁ ଇଂରାଜୀରେ ୱାନ ଥାଉଜେଣ୍ଟ  ବଦଳରେ ଡିପୋଜିଟ ସ୍ଲିପରେ ୱାନ ହଜବେଣ୍ଟ ବୋଲି ଲେଖିଦେଇଛନ୍ତି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହି ସ୍ଲିପକୁ ପୁରା ନପଢି ତା ଉପରେ ବ୍ୟାଙ୍କ କର୍ମଚାରୀ ନିଜ ବ୍ରାଞ୍ଚର ଷ୍ଟାମ୍ପ ମାରି ଟଙ୍କା ରିସିଭ୍ କରିଛନ୍ତି। ଏହି ସ୍ଲିପର କପି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହକୁ ଦେଖି ସୋସିଆଲ ମିଡିଆ ୟୁଜର ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.