Below header

ଓଡ଼ିଆ ଅଧିକାରୀଙ୍କୁ ସେନାର ବଡ଼ ଦାୟିତ୍ୱ, ଦକ୍ଷିଣ ସେନା କମାଣ୍ଡର ମୁଖ୍ୟ ଭାବରେ ଦାୟିତ୍ୱ ନେଲେ ଲେଫ୍‌ଟନାଣ୍ଟ ଜେନେରାଲ ସିପି ମହାନ୍ତି

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଆ ଅଧିକାରୀଙ୍କୁ ସେନାର ବଡ଼ ଦାୟିତ୍ୱ । ଦକ୍ଷିଣ ସେନା କମାଣ୍ଡର ମୁଖ୍ୟ ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଓଡ଼ିଆ ସେନାଧିକାରୀ ଲେଫ୍‌ଟନାଣ୍ଟ ଜେନେରାଲ ସିପି ମହାନ୍ତି । ତାପୂର୍ବରୁ ପୁଣେ ସ୍ଥିତ ନ୍ୟାସନାଲ୍‌ ଓ୍ଵାର ମେମୋରିଆଲ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସର୍ଦ୍ଦନ କମାଣ୍ଡରେ ତାଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍‌ ଅନର୍‌ । ପାକିସ୍ତାନ ଏବଂ ଚୀନ ସୀମାରେ ସେନାର ନେତୃତ୍ୱ ନେବାରେ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କର ବିଶାଳ ଅଭିଜ୍ଞତା ରହିଛି । କାଶ୍ମୀର ଓ ଆସାମ ସହ ଉତ୍ତରପୂର୍ବ ରାଜ୍ୟରେ ଆତଙ୍କବାଦ ଓ ଉଗ୍ରବାଦ ବିରୋଧୀ ଅଭିଯାନରେ ନେତୃତ୍ୱ ନେଇ ଏହାକୁ ଦମନ କରିବାର ଅଭିଜ୍ଞତା ରଖିଛନ୍ତି । ଏହାସହ ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ମଧ୍ୟ ଜାତିସଂଘ ଶାନ୍ତି ସେନାର ଏକ ବ୍ରିଗେଡ୍‌ର ସଫଳ ନେତୃତ୍ୱ ନେଇଛନ୍ତି ଲେଫ୍‌ଟନାଣ୍ଟ ଜେନେରୋଲ ସିପି ମହାନ୍ତି । ଚୀନ୍‌ ସହ ଡୋକଲାମ୍‌ ବିବାଦ ବେଳେ ସେ ଅପରେସ୍‌ନାଲ ଲଜିଷ୍ଟିକ୍‌ସ ଓ ଷ୍ଟ୍ରାଟେଜିସ ମୁଭ୍‌ର ଡାଇରେକ୍ଟର ଜେନେରାଲ ଭାବେ ସଫଳତାର ସହ ସମାଧାନ କରିପାରିଥିଲେ । ତ୍ରିଶକ୍ତି କର୍ପସ୍‌କୁ ଇଷ୍ଟର୍ଣ୍ଣ ସେକ୍ଟରର ସୁକନା ଠାରେ କମାଣ୍ଡ କରିଥିଲେ । ସମ୍ମାନଜନକ ରାଜପୁତ ରେଜିମେଣ୍ଟର କଲୋନେଲ ଭାବେ ମଧ୍ୟ କାମ କରିଛନ୍ତି । ସେନାର କମାଣ୍ଡର ଭାବେ ଦାୟିତ୍ୱ ତୁଲାଇବାରେ ସେ ଦ୍ୱିତୀୟ ଓଡ଼ିଆ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.