ବେଙ୍ଗାଲୁରୁ ଏୟାରପୋର୍ଟରେ ଆଜିଠୁ ଆରମ୍ଭ ହୋଇଛି ଏରୋ ଇଣ୍ଡିଆ-୨୦୨୧ର ତ୍ରୟୋଦଶ ସଂସ୍କରଣ

ବେଙ୍ଗାଳୁରୁ(କେ ନ୍ୟୁଜ): ବେଙ୍ଗାଳୁରୁର ୟେଲହଙ୍କା ଏୟାରପୋର୍ଟରେ ୩ ଦିନ ଧରି ଦେଖିବାକୁ ମିଳିବ ବିିଭିନ୍ନ ଦେଶର ବିମାନ, ଅସ୍ତ୍ରଶସ୍ତ୍ର ଓ ଟେକନୋଲୋଜିର ଝଲକ । ଆଜିଠୁ ଆରମ୍ଭ ହୋଇଛି ଏରୋ ଇଣ୍ଡିଆ ୨୦୨୧ର ତ୍ରୟୋଦଶ ସଂସ୍କରଣ । ତିନି ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ଦେଶ ଏହି ଏରୋ ସୋ’ ରେ ନିଜର ଶକ୍ତି ପ୍ରଦର୍ଶନ କରିବେ । ଏହି ସମୟରେ ନୂଆ ଚୁକ୍ତି ହେବାର ସମ୍ଭାବନା ରହିଛି । HAL ପକ୍ଷରୁ ଚଳିତ ବର୍ଷ ବିମାନ ଓ ହେଲିକେପ୍ଟର ପ୍ରଦର୍ଶନ କରାଯିବ ।

ସୁଖୋଇ – ୩୦ ଓ ଆଡଭାନ୍ସ ଲାଇଟ ହେଲିକେପ୍ଟର ଧୃବ ବି ଏୟାର ସୋ’ ରେ ଭାଗ ନେଇଛନ୍ତି। ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଆମେରିକା ବିମାନ B-1 ବି । ପ୍ରତି ଦୁଇବର୍ଷକୁ ଥରେ ଏହି ସୋ’ ଆୟୋଜିତ ହୋଇଥାଏ । ଏଥିରେ ବିିଭିନ୍ନ ରାଷ୍ଟ୍ରର ପ୍ରତିରକ୍ଷାର ବରିଷ୍ଠ ଅଧିକାରୀ ଓ କମ୍ପାନୀ ମଧ୍ୟରେ ଆଲୋଚନା ହୋଇଥାଏ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.