ଭାରତରେ ଥିବା ଦୂତାବାସକୁ ବନ୍ଦ କଲା ଆଫଗାନିସ୍ତାନ, କୂଟନୈତିକ ସହଯୋଗ ଅଭାବ ଦର୍ଶାଇ କଲା ବନ୍ଦ

ଇସଲାମିକ ରିପବ୍ଲିକ ଅଫ ଆଫଗାନିସ୍ତାନ”ର ଦୂତାବାସ କାର୍ଯ୍ୟକଳାପ ବନ୍ଦ କରିବ ବୋଲି ଶନିବାର ଦିନ ଔପଚାରିକ ବିବୃତ୍ତିରେ ଉଲ୍ଲେଖ କରିଛି । ଗଭୀର ଦୁଃଖ, ପରିତାପ ଓ ହତାଶା ସହିତ ଏହି ଘୋଷଣା କରୁଛି । ଭାରତରେ ଥିବା ଆଫଗାନିସ୍ତାନ ଦୂତାବାସକୁ ଆଜିଠାରୁ ବନ୍ଦ । “

ଭାରତରେ ଥିବା ଦୂତାବାସକୁ ଆଜିଠାରୁ ବନ୍ଦ କରିବାକୁ ଘୋଷଣା କରିଛି ଆଫଗାନିସ୍ତାନ । “ଇସଲାମିକ ରିପବ୍ଲିକ ଅଫ ଆଫଗାନିସ୍ତାନ”ର ଦୂତାବାସ କାର୍ଯ୍ୟକଳାପ ବନ୍ଦ କରିବ ବୋଲି ଶନିବାର ଦିନ ଔପଚାରିକ ବିବୃତ୍ତିରେ ଉଲ୍ଲେଖ କରିଛି । ଗଭୀର ଦୁଃଖ, ପରିତାପ ଓ ହତାଶା ସହିତ ଏହି ଘୋଷଣା କରୁଛି । ଆତିଥ୍ୟ ଦେଇଥିବା ଭାରତ ସରକାର ସହଯୋଗ ଅଭାବ ଏବଂ ଆଶାନୁରୂପେ କାର୍ଯ୍ୟ କରିବାରେ ବିଫଳ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଆତିଥ୍ୟ ଦେଇଥିବା ସରକାରଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଗୁଡିକରେ ସହଯୋଗ ନ ମିଳିବା ଫଳରେ ବାଧା ଉପୁଜିଥିଲା ।

ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଥିବା ଦୀର୍ଘ ଦିନର ଐତିହାସିକ ସମ୍ପର୍କ ପ୍ରତି ଧ୍ୟାନ ଦିଆଯାଇ ବହୁ ବିଚାର ଆଲୋଚନା କରାଯିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଫଗାନିସ୍ତାନର ଦୂତାବାସରୁ ରାଷ୍ଟ୍ରଦୂତ ଓ ବରିଷ୍ଠ କୂଟନୀତିଜ୍ଞମାନେ ୟୁରୋପ ଓ ଆମେରିକାରେ ରାଜନୈତିକ ଶରଣ ପାଇବା ପରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଦୂତାବାସର ୩ ଜଣ କର୍ମଚାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟ ୫ ଜଣ ଆଫଗାନ କୂଟନୀତି ଭାରତ ଛାଡି ଯାଇଥିବା କର୍ମଚାରୀମାନେ କହିଛନ୍ତି ।


ସୂଚନାଯୋଗ୍ୟ, ୨୦୨୧ରେ ଆଫଗାନିସ୍ତାନରେ ତାଲିବାନୀ ସରକାର ଆସିବା ପରେ ଆଫଗାନରେ ଥିବା ଭାରତର ଦୂତାବାସକୁ ବନ୍ଦ କରିଦିଆଯାଇଥିଲା । ଭାରତ ସରକାର ଅପଦସ୍ତ ଆଫଗାନ ରାଷ୍ଟ୍ରପତି ଅଶରଫ ଗନି ଦ୍ୱାରା ନିଯୁକ୍ତ ରାଜଦୂତ ମିଶନ ଷ୍ଟାଫକୁ ଭାରତରେ ଭିସା ଜାରି କରିବା ଏବଂ ବ୍ୟାପାର ମାମଲା ସମ୍ଭାଳିବା ପାଇଁ ଅନୁମତି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.