Below header

ନୃସଂଶତାର ସୀମା ଟପି ୮ ମାସର ଗର୍ଭବତୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ତାଲିବାନୀ, ୟାଙ୍କର କଥା ଗୋଟେ କାମ ଗୋଟେ

କାବୁଲ : ଆଫଗାନିସ୍ତାନ କବ୍‌ଜା କରି ନିଜର ସାମ୍ରାଜ୍ୟ ବିସ୍ତାର କରିଚାଲିଛି ତାଲିବାନ । ଭୟଙ୍କର ତାଲିବାନୀ ସରକାରକୁ ନେଇ ସେଠାକାର ବାସିନ୍ଦା ଭୟରେ ଥରହର ହୋଇ ବଞ୍ଚୁଛନ୍ତି । ଜୀବନ ବଞ୍ଚାଇବା ପାଇଁ ଦେଶ ଛାଡି ଯିଏ ଯେଉଁ ଆଡକୁ ପାରୁଛନ୍ତି ପଳାଉଛନ୍ତି । ତାଲିବାନୀ ବର୍ବରତା କେତେ ଭୟଙ୍କର ଏହାକୁ କେବଳ ସେହିମାନେ ହିଁ ବୁଝିପାରିବେ ଯେଉଁମାନେ ଏହାକୁ ଅଙ୍ଗେ ନିଭାଇଛନ୍ତି। କିଛି ଦିନ ଧରି ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ଶନିବାର ଆଫଗାନିସ୍ତାନର ଘୋର ପ୍ରଦେଶରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବରେ ହତ୍ୟା କରିଛନ୍ତି ତାଲିବାନୀ ଆତଙ୍କୀ । ମୃତ ମହିଳା ପୋଲିସଙ୍କ ନାମ ବାନୁ ନେଗାର ଏବଂ ସେ ସ୍ଥାନୀୟ ଜେଲର ଆରକ୍ଷୀ ଅଧୀକ୍ଷକ ଭାବରେ କାର୍ଯ୍ୟ କରନ୍ତି । ମୃତ୍ୟୁ ବେଳକୁ ନେଗାର ୮ ମାସର ଗର୍ଭବତୀ ରହିଥିଲେ ବୋଲି ଜଣାପଡିଛି ।

 

ତାଲିବାନ ଆତଙ୍କୀ ମାନେ ଫିରୋଜୋଖ ଅଞ୍ଚଳରେ ଘରଘର ବୁଲି ତଲାସି ନେଇଥିଲେ । ନେଗାର ପୋଲିସ କର୍ମୀ ବୋଲି ଜାଣିବା ପରେ ଆତଙ୍କୀ ମାନେ ଅତ୍ୟନ୍ତ ବୀଭତ୍ସ ଭାବରେ ତାଙ୍କୁ ହତ୍ୟା କରିଥିଲେ । ଏପରିକି ତାଙ୍କ ମୁହଁକୁ ଅତ୍ୟନ୍ତ କଦର୍ଯ୍ୟ କରି ଦେଇଥିଲେ ଯାହା ଚିହ୍ନିବା ମୁସ୍କିଲ ହୋଇଯାଇଥିଲା । ନେଗାର ୮ ମାସର ଗର୍ଭବତୀ ହୋଇଥିବା ବେଳେ ତାଲିବାନୀ ଜହ୍ଲାଦ ମାନେ ତାଙ୍କୁ ହତ୍ୟା କରିବାକୁ ପଛାଇ ନଥିଲେ । ନେଗାରଙ୍କୁ ଏକ ସ୍କୃ ଡାଇଭର ଭୁସି ତାଲିବାନୀ ମାନେ ହତ୍ୟା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.